ବନ୍ଦ କରନ୍ତୁ

ଶିଆଳି ସମୁଦ୍ର ବେଳାଭୂମି

ନିର୍ଦ୍ଦେଶ

ଶିଆଳି ବେଳାଭୂମି ଉପକୂଳ ବର୍ତ୍ତୀ ଓଡିଶାର ଏକ ସୁରମ୍ୟ ବେଳାଭୂମି । ଏହା ଓଡିଶାର ଜଗତସିଂହପୁର ଜିଲ୍ଲା ର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ ।

ଏକ ସୁନ୍ଦର ଓ ଶାନ୍ତ ବେଳାଭୂମି ଯାହାକି ଏ ପର୍ଯ୍ୟନ୍ତ ଅନନ୍ୱେଷିତ ଅବସ୍ଥାରେ ଏହା ଏଭଳି ଏକ ଇଲାକା ଯାହା ପଡିଆ ମଧ୍ୟ ଦେଇ କଚାରାସ୍ତା ନିଜସ୍ୱ ଯାନ୍ତ୍ରିକ ବାଟ ଦ୍ୱାରା ପହଞ୍ଚିବା ସମ୍ଭବ ହୁଏ । ଆମେ ଏଠାରେ ଦୁଲ୍ଲଭ ପ୍ରଜାତିର ପକ୍ଷୀମାନଙ୍କୁ ଦେଖିବାକୁ ପାଇଥାଉ । ଏହି ବେଳାଭୂମି ଜିଲ୍ଲାରେ ଦିନବେଳା ଏକ ମଜାଦାର ଯାତ୍ରାର ଆନନ୍ଦ ଦିଏ । ଏହି ଏରସମା ବ୍ଲକ ସହ ରାସ୍ତା ଦ୍ୱାରା ଯାତାୟତ ସଂୟୋଗୀ କରଣ ହୋଇଛି । ଏରସମା ବନ୍ଦର ଠାରୁ ପାଖାପାଖି 20 କି.ମି ଦୂରରେ ଯେଉଁଠି ଜଣେ ଆବଶ୍ୟକୀୟ ଖାଦ୍ୟ ସାମଗ୍ରୀ ପାଇପାରେ । ଗରମ ଜନିତ ତାରୁ ରକ୍ଷା ପାଇବା ସହ, ସମୁଦ୍ରରେ ପହଁରିବା ଓ ଝାଉଁ ବଣରେ ଭୋଜନର ଆନନ୍ଦ ନେବା ପାଇଁ ବେଶେଷ ଭାବେ ଉପଭୋଗ୍ୟ ।

ଶିଆଳି ପହଞ୍ଚିବାକୁ ହେଲା । କୌଣସି ପଡୋଶୀ (ଛତିଶଗଡ, ରାଞ୍ଚି, ଝାରଖଣ୍ଡ, ପଶ୍ଚିମବଙ୍ଗ, କଲିକତା) ରାଜ୍ୟର ପର୍ଯ୍ୟଟକଙ୍କୁ କଟକରେ ଟ୍ରେନ ଯୋଗେ ପହଞ୍ଚିବାକୁ ପଡିବ । ଶିଆଳିକୁ ଭ୍ରମଣ କରିବା ପ୍ରକୃଷ୍ଟ ସମୟ ହେଉଛି ଶୀତଦିନ (ଜାନୁୟାରୀ, ଫେବୁଆରୀ, ମାର୍ଚ୍ଚ) ଓଡିଶାସରକାର ଏଠାରେ ପ୍ରତିବର୍ଷ ବେଳାଭୂମି ମହୋତ୍ସବ ପାଳନ କରୁଛନ୍ତି ଯାହାକି ଦେଶୀୟ ଓ ଆନ୍ତର୍ଯ୍ୟାତିକ ପର୍ଯ୍ୟଟକ କ୍ଷେତ୍ରରେ ଏହାକୁ ଏକ ପ୍ରମୁଖ ପର୍ଯ୍ୟଟକ କେନ୍ଦ୍ରଭାବେ ଆକର୍ଷଣ କରିବ । ଯେହେତୁ ଶିଆଳି ବେଳାଭୂମି ଓଡିଶାର କଟକ ଓ ଜଗତସିଂହପୁର ଜିଲ୍ଲାର ନିକଟବର୍ତ୍ତୀ ।

ପ୍ରାୟ ସପ୍ତାହର ଛୁଟି ଦିନ ମାନଙ୍କରେ ସ୍ଥାନୀୟ ପର୍ଯ୍ୟଟକ ମାନଙ୍କ ପାଇଁ ବେଶ୍ ଉପଭୋଗ୍ୟ ହୁଏ ।

ଫଟୋ ଗାଲେରୀ

  • ଶିଆଳି ଜଙ୍ଗଲ
  • ଶିଆଳି ନିକଟ ରେ ମାଛ ଧରା
  • ଶିଆଳି ବେଳାଭୂମି

କିଭଳି ପହଁଞ୍ଚିବେ:

ବିମାନ ମାର୍ଗରେ

ଭୁବନେଶ୍ୱର ବିମାନ ବନ୍ଦର

ସଡ଼କ ପଥରେ

ଶିଆଳି ବେଳାଭୂମି ବାଲିକୁଦା ବ୍ଲକ ମୁଖ୍ୟାଳୟ ଠାରୁ ୨୦ କି.ମି। ଦୂର ରେ ଅବସ୍ଥିତ । ଶିଆଳି ବେଳାଭୂମି କୁ ଜିଲ୍ଲା ରେ ଅବସ୍ଥାପିତ ଆକର୍ଷଣୀୟ ବେଳାଭୂମି ରୂପରେ ଗଣନା କରା ଯାଏ।