ଜିଲ୍ଲା ଶିଳ୍ପ କେନ୍ଦ୍ର, ଜଗତସିଂହପୁର
ସମ୍ୟକ ବିଭାଗୀୟ ସୂଚ଼ନା
ତା ୦୧.୦୧.୨୦୦୦ ରିଖ ଠାରୁ ଜଗତସିଂହପୁର ଜିଲ୍ଲା ଶିଳ୍ପକେନ୍ଦ୍ର 8ଟି ବ୍ଲକ ଓ ୨ଟି ମୁନିସିପାଲିଟି ଅଞ୍ଚଳକୁ ନେଇ କାର୍ଯ୍ୟକାରୀ ହେଲା ଏହି କାର୍ଯ୍ୟାଳୟ ଜିଲ୍ଲା ଅଣୁ, କ୍ଷୁଦ୍ର, ମଧ୍ୟମ ଧରଣର ଶିଳ୍ପ ଉଦ୍ୟୋଗର ବିକାଶ ନିମନ୍ତେ ରାଜ୍ୟ ସରକାରଙ୍କ ଏମ.ଏସ.ଏମ.ଇ ବିଭାଗ ଓ ଶିଳ୍ପ ନିର୍ଦ୍ଦେଶକ, କଟକଙ୍କ ଅଧିନରେ କାର୍ଯ୍ୟ କରୁଅଛି ଓ ରାଜ୍ୟର ଅର୍ଥନୈତିକ ଅଗ୍ରଗତି ସଙ୍ଗେ ସଙ୍ଗେ ନୂତନ ରୋଜଗାର ଓ ରାଜସ୍ୱ ସଂଗ୍ରହ ରେ ପ୍ରମୁଖ ଭୂମିକା ଗ୍ରହଣ କରିଅଛି । ଅବସ୍ଥାପିତ ଉଦ୍ୟୋଗ ଓ ନୂତନ ଭାବେ ଗଢି ଉଠୁଥିବା ଉଦ୍ୟୋଗର ଅଭିବୃଦ୍ଧି ନିମନ୍ତେ ଉଦ୍ୟୋଗ ସ୍ଥାପନକାରୀ ମାନଙ୍କୁ ସ୍ୱାଗତ କରୁଅଛି ।।
କ୍ର.ନଂ | ଉଚ୍ଛପଦସ୍ଥ କର୍ମଚାରୀ /ଅଧିନସ୍ଥ କର୍ମଚାରି | ଅଧିକୃତ କର୍ମଚାରୀ ସଂଖ୍ୟା | ଅବସ୍ଥାପିତ ସଂଖ୍ୟା | ଖାଲି |
---|---|---|---|---|
1 | ସାଧାରଣ ପରିଚାଳକ | ୦୧ | ୦୧ | – |
2 | ସହକାରୀ ପରିଚାଳକ | ୦୧ | ||
3 | ଜିଲ୍ଲା କୁଟୀର ଶିଳ୍ପ ଅଧିକାରୀ | ୦୧ | – | ୦୧ |
4 | କନିଷ୍ଠ କ୍ଷିପ୍ର-ଲେଖକ | ୦୨ | ୦୧ | |
5 | ଶିଳ୍ପ ପର୍ଯ୍ୟବେକ୍ଷକ | ୦୧ | ୦୧ | – |
6 | ଅର୍ଥନୈତିକ ପର୍ଯ୍ୟବେକ୍ଷକ | ୦୧ | – | ୦୧ |
7 | ଶିଳ୍ପ ବିକାଶ ଅଧିକାରୀ | ୦୮ | ୦୭ | ୦୧ |
8 | କତା ବୈଷୟିକ ସହାୟକ | ୦୧ | ୦୧ | – |
9 | ବରିଷ୍ଠ କିରାଣୀ | 02 | ୦୧ | ୦୧ |
10 | କନିଷ୍ଠ କିରାଣୀ | ୦୧ | – | ୦୧ |
11 | ଗାଡି ଚାଳକ | ୦୧ | ୦୧ | – |
12 | କତା ପ୍ରଶିକ୍ଷକ | ୦୧ | ୦୧ | – |
13 | ହସ୍ତଶିଳ୍ପ ପ୍ରଶିକ୍ଷକ | ୦୧ | 00 | ୦୧ |
14 | ରାତ୍ରୀ ଜଗୁଆଳି (କତା) | ୦୧ | – | ୦୧ |
15 | ବାର୍ତ୍ତା ବାହକ | ୦୪ | ୦୧ | ୦୩ |
16 | ଚପରାସୀ | ୦୬ | ୦୧ | ୦୫ |
ଜିଲ୍ଲା ଶିଳ୍ପ କେନ୍ଦ୍ର ପ୍ରତିଷ୍ଠାର ଉଦ୍ଦେଶ୍ୟ –
ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଉଦ୍ୟୋଗୀ ମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ପ୍ରକଳ୍ପ ପ୍ରତିଷ୍ଠା କରିବା ପାଇଁ ସରକାରଙ୍କର ବିଭିନ୍ନ ଯୋଜନା ମାଧ୍ୟମରେ ଆର୍ଥିକ ଅନୁଦାନ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ଯୋଗାଇ ଦେବା ପାଇଁ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଜିଲ୍ଲା ଶିଳ୍ପ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି ।। ଏହାର ଉଦ୍ଦେଶ୍ୟ :-
- ଜିଲ୍ଲା ପାଇଁ ଉପଯୋଗୀ ପ୍ରକଳ୍ପ ଚିହ୍ନଟ
- ଉଦ୍ୟୋଗୀ ମାନଙ୍କ ପାଇଁ ପରିଯୋଜନା ରିପୋର୍ଟ ପ୍ରସ୍ତୁତ
- ଯନ୍ତ୍ରପାତି ଓ କଳକବ୍ଜା କିଣିବା ପାଇଁ ଆବଶ୍ୟକ ସହାୟତା
- କଞ୍ଚାମାଲ୍ ଯୋଗାଣରେ ଆବଶ୍ୟକ ସହାୟତା
- ଅର୍ଥଯୋଗାଣ କାରୀ ସଂସ୍ଥା ସହିତ ପ୍ରକଳ୍ପ ପ୍ରତିଷ୍ଠା ନିମିତ୍ତ ଆଲୋଚନା ।
- ଉଦ୍ୟୋଗୀମାନଙ୍କୁ ଆବଶ୍ୟକୀୟ ତାଲିମ୍ ଯୋଗାଇବା ।
ଜିଲ୍ଲା ଶିଳ୍ପ କେନ୍ଦ୍ର, ଜଗତସିଂହପୁର ନିଜସ୍ୱ କାର୍ଯ୍ୟାଳୟ ସା-ଯୋଗାଧାରୀ(ନୂଆ ବସ୍ ଷ୍ଟାଣ୍ଡ ପାଖ), ଜଗତସିଂହପୁର ଠାରେ ଅବସ୍ଥିତ ।
ଜିଲ୍ଲା ଶିଳ୍ପ କେନ୍ଦ୍ରର ଭୂମିକା –
- ଶିଳ୍ପ ସଚେତନତା ଶିବିର ଆୟୋଜନ ମାଧ୍ୟମରେ ଆଗ୍ରହୀ ଓ କୁଶଳୀ ଉଦ୍ୟୋଗୀ ମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ପ୍ରୋତ୍ସାହନ ପ୍ରଦାନ ।
- ଜିଲ୍ଲାରେ ଉପଲବ୍ଧ ପ୍ରାକୃତିକ ସମ୍ୱଳକୁ ଚିହ୍ନଟ ଓ ତାକୁ ବିନିଯୋଗ କରି ଉପଯୁକ୍ତ ଶିଳ୍ପ ଓ ଶିଳ୍ପପୁଞ୍ଜ ପ୍ରତିଷ୍ଠା ପାଇଁ ଉଦ୍ୟୋଗୀମାନଙ୍କୁ ସୂଚନା ପ୍ରଦାନ ।
- ନୂତନ ପ୍ରକଳ୍ପ ପ୍ରତିଷ୍ଠା ପୂର୍ବରୁ ଉଦ୍ୟୋଗୀମାନଙ୍କୁ ପ୍ରାରମ୍ଭିକ ପଞ୍ଜୀକରଣ (EIN) ଓ ଶିଳ୍ପ ସ୍ଥାପନ ପରେ ଉଦ୍ୟୋଗ ମାନଙ୍କର ସ୍ଥାୟୀ ପଞ୍ଜୀକରଣ (PC) କୁ ଅନୁମୋଦନ କରାଇବା । ତତ୍ ସହିତ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଚଳିତ ଉଦ୍ୟୋଗ ଆଧାର ପ୍ରମାଣ ପତ୍ର (UAM) ବିଷୟରେ ଉଦ୍ୟୋଗୀ ମାନଙ୍କୁ ଅବଗତ କରାଇ ସେଥିରେ ପଞ୍ଜୀକରଣ ପାଇଁ ପଦକ୍ଷେପ ନେବା ।
- ଉପଯୁକ୍ତ ପରିଯୋଜନା ରିପୋର୍ଟ ପ୍ରସ୍ତୁତି କରି ଉଦ୍ୟୋଗୀ ମାନଙ୍କୁ ସହାୟତା ପ୍ରଦାନ । ।
- କାର୍ଯ୍ୟାଳୟରେ ଜିଲ୍ଲା ସ୍ତରୀୟ ସରଳୀକରଣ ବ୍ୟବସ୍ଥା ମାଧ୍ୟମରେ ଉଦ୍ୟୋଗୀମାନଙ୍କର ଉଦ୍ୟୋଗ ସମ୍ୱନ୍ଧୀୟ ଅସୁବିଧାର ସମାଧାନ କରାଇବା ।
- ଅଣୁ, କ୍ଷୁଦ୍ର ଓ ମଧ୍ୟମ ବିଭାଗ ଅନ୍ତର୍ଗତ ଉଦ୍ୟୋଗ ସମ୍ପର୍କୀୟ ଜିଲ୍ଲା ସ୍ତରୀୟ ତଥ୍ୟ ସରଂକ୍ଷିତ ରଖିବା ।
- ଉଦ୍ୟୋଗ ସ୍ଥାପନ ପାଇଁ ଆର୍ଥିକ ସହାୟତା ନିମନ୍ତେ ବିଭିନ୍ନ ଅର୍ଥଯୋଗାଣକାରୀ ଅନୁଷ୍ଠାନକୁ ଋଣ ପ୍ରସ୍ତାବ ପଠାଇବା ପାଇଁ ବ୍ୟବସ୍ଥା ।
- ଓଡିଶା ସରକାରଙ୍କର “GO-SWIFT” ୱେବସାଇଟ୍ ମାଧ୍ୟମରେ ଉଦ୍ୟୋଗୀମାନଙ୍କୁ ଲଭ୍ୟ ସରକାରୀ ଜମି /IDCO ଅନ୍ତର୍ଭୁକ୍ତ ଜମି ପ୍ରଦାନ ଓ ବିଦ୍ୟୁତ ଯୋଗାଣ ପାଇଁ ଆବଶ୍ୟକ ପଦକ୍ଷେପ ନେବା ସହ ସହାୟତା ଯୋଗାଇବା ।
- ଉଦ୍ୟୋଗୀମାନଙ୍କୁ ଉଦ୍ୟୋଗ ବିକାଶ ତାଲିମ ପ୍ରଦାନ କରିବା ।
- ପ୍ରସ୍ତୁତ ଶିଳ୍ପ ସାମଗ୍ରୀର ବିକ୍ରୟ ନିମନ୍ତେ ବିଭିନ୍ନ ପ୍ରଦର୍ଶନୀର ଆୟୋଜନ ଓ GeM (Govt. E- Market Place) ଇତ୍ୟାଦି ମାଧ୍ୟମରେ ବଜାର ବ୍ୟବସ୍ଥାରେ ସହାୟତା ।
- ଉଦ୍ୟୋଗୀମାନଙ୍କୁ ଶିଳ୍ପ-ସମ୍ୱନ୍ଧୀୟ ସହାୟତା ନିମନ୍ତେ ଜିଲ୍ଲା ସ୍ତରରେ ମାସିକ ଜିଲ୍ଲା ସ୍ତରୀୟ ସରଳୀକରଣ ସଭା (DLFC) ଏବଂ ଜିଲ୍ଲାପାଳଙ୍କ ସଭାପତିତ୍ୱରେ ଜିଲ୍ଲା ଏକକ ବାତାୟନ ନିକାସ ପ୍ରାଧିକରଣ (DSWCA) ସଭାର ଆୟୋଜନ
- ପ୍ରତିଷ୍ଠା ହୋଇଥିବା ଶିଳ୍ପର ସମୟାନୁକ୍ରମିକ ଅଭିବୃଦ୍ଧି ପର୍ଯ୍ୟବେକ୍ଷଣ କରିବା ।
- ଶିଳ୍ପ ପ୍ରୋତ୍ସାହନ ନୀତି ମାଧ୍ୟମରେ ଉଦ୍ୟୋଗୀମାନଙ୍କୁ ବିଭିନ୍ନ ପ୍ରୋତ୍ସ।ହନ ପ୍ରଦାନ କରିବା ।
- ହସ୍ତଶିଳ୍ପ କାରିଗରମାନଙ୍କୁ ଓଡିଶା ସରକାରଙ୍କର ହସ୍ତତନ୍ତ, ବୟନ ଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ଅନ୍ତର୍ଗତ ଯୋଜନାର ରୂପାୟନ ମାଧ୍ୟମରେ ସହାୟତା ପ୍ରଦାନ ।
- ପ୍ରଧାନମନ୍ତ୍ରୀ ରୋଜଗାର ସୃଜନ କାର୍ଯ୍ୟକ୍ରମ (PMEGP), ଶିଳ୍ପୀ ଉନ୍ନତି ଯୋଜନା, କତା ଶିଳ୍ପୀ ଥଇଥାନ ଯୋଜନା ମାଧ୍ୟରେ ଉଦ୍ୟୋଗୀମାନଙ୍କୁ ଆର୍ଥିକ ଅନୁଦାନ ଯୋଗାଇବା ପାଇଁ ବ୍ୟବସ୍ଥା ।
- ରୁଗ୍ଣ ଶିଳ୍ପର ପୁନରୁଦ୍ଧାର ପାଇଁ ସରକାର ଓ ରିଜର୍ଭ ବ୍ୟାଙ୍କ ଦ୍ୱାରା ପ୍ରସ୍ତୁତ ନିୟମାବଳୀ ଅନୁଯାୟୀ ଆବଶକୀୟ ସହାୟତା ପ୍ରଦାନ ।
ସର୍ବସାଧାରଣ ସୂଚନା ଅଧିକାର ନିୟମ ଅନୁଯାଇ ବ୍ୟକ୍ତି ବିଶେଷ ଯୋଗାଯୋଗ ତଥ୍ୟ
>ପ୍ରଥମ ଅଭିଯୋଗ ଅଧିକାରୀ- ଶ୍ରୀ ନୀଳମଣି ପ୍ରେମଚାନ୍ଦ ବେହେରା, ସାଧାରଣ ପରିଚାଳକ, ଜିଲ୍ଲା ଶିଳ୍ପ କେନ୍ଦ୍ର, ଜଗତସିଂହପୁର, ମୋ- ୯୪୩୭୨୦୦୮୭୯
ପି.ଆଇ.ଓ – ଶ୍ରୀ କୃଷ୍ଣ ଚନ୍ଦ୍ର ସାମଲ, ଶିଳ୍ପ ବିକାଶ ଅଧିକାରୀ, ଜିଲ୍ଲା ଶିଳ୍ପ କେନ୍ଦ୍ର, ଜଗତସିଂହପୁର, ମୋ- ୯୮୫୩୫୧୬୪୧୯
ଜିଲ୍ଲା ଶିଳ୍ପ କେନ୍ଦ୍ର ମାଧ୍ୟମରେ ଓଡିଶା ସରକାର ଙ୍କର ଅଣୁ, କ୍ଷୁଦ୍ର ଓ ମଧ୍ୟମ ବିଭାଗ ଦ୍ଵାରା କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ଯୋଜନା-
ପ୍ରଧାନମନ୍ତ୍ର ରୋଜଗାର ସୃଜନ କାର୍ଯ୍ୟକ୍ରମ – ଏହି ଯୋଜନା ଜିଲ୍ଲା ଶିଳ୍ପ କେନ୍ଦ୍ର, ଖଦୀ ଓ ଗ୍ରାମୋଦ୍ୟୋଗ ପ୍ରତିଷ୍ଠାନ ଏବଂ ଖଦୀ ଓ ଗ୍ରାମୋଦ୍ୟୋଗ କମିଶନ ଙ୍କ ମାଧ୍ୟମ ରେ ରାଜ୍ୟ ରେ କାର୍ଯ୍ୟକାରୀ ହେଉଛି। ଏହାର ସବିଶେଷ ବିବରଣୀ ଅନଲାଇନ ୱେବ ପୋର୍ଟାଲ (www.kviconlione.gov.in) ରେ ଉପଲବ୍ଧ ଅଛି ।
ଜିଲ୍ଲା ଶିଳ୍ପ କେନ୍ଦ୍ର ମାଧ୍ୟମରେ ହସ୍ତଶିଳ୍ପ ବିକାଶ ନିମନ୍ତେ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ଯୋଜନା
- ଅନୁଷ୍ଠାନ ଭିତ୍ତିକ ତାଲିମ
- ଗୁରୁ-ଶିଷ୍ୟ ପରମ୍ପରା ତାଲିମ କାର୍ଯ୍ୟକ୍ରମ
- ନିପୁଣ ଶିଳ୍ପୀ ଙ୍କ ମାଧ୍ୟମ ରେ ତାଲିମ ପ୍ରଦାନ
- ଶିଳ୍ପୀ ଗ୍ରାମ ଯୋଜନାରେ ତାଲିମ
- ଶିଳ୍ପୀ ଉନ୍ନତି ଯୋଜନା ରେ ରୁଣ ସହାୟତା:-ହସ୍ତଶିଳ୍ପ ର ଉନ୍ନତି ନିମନ୍ତେ ଜିଲ୍ଲା ଶିଳ୍ପ କେନ୍ଦ୍ର ଦ୍ଵାରା ନିଆଯାଉଥିବା ବିଭିନ୍ନ ପଦକ୍ଷେପ
- ହସ୍ତଶିଳ୍ପ ସମଗ୍ରୀ ଗୁଡିକ ର ବିପଣନ ଓ ପ୍ରଚାର ବ୍ୟବସ୍ଥା
- ବାହ୍ୟ ଜ୍ଞାନ ଆହରଣ ପାଇ ପ୍ରମୁଖ ହସ୍ତ ଶିଳ୍ପ ଅନୁଷ୍ଠାନ କୁ ପରିଦର୍ଶନ ର ବ୍ୟବସ୍ଥା
- ହସ୍ତ ଶିଳ୍ପ କାରିଗର ଙ୍କୁ କର୍ମଶାଳା ତଥା ବାସଗୃହ ନିର୍ମାଣ ଯୋଜନା
- ହସ୍ତ ଶିଳ୍ପ କାରିଗର ପରିବାର ଙ୍କୁ ସୌର ଲଣ୍ଠନ ବଣ୍ଟନ
- ବିନା ପ୍ରିମିୟମ ଦେୟ ରେ ହସ୍ତଶିଳ୍ପ କାରିଗର ମାନଙ୍କୁ ବୀମା ସହାୟତା
- ହସ୍ତଶିଳ୍ପ କ୍ଷେତ୍ର ରେ ପାରଦର୍ଶିତା ପାଇଁ ପ୍ରତି ବର୍ଷ ପୁରସ୍କାର ପ୍ରଦାନ ର ବ୍ୟବସ୍ଥା
- ପ୍ରାଥମିକ ହସ୍ତଶିଳ୍ପ ସମବାଯ ସମିତି ର ସଶକ୍ତି କାରଣ
- ନମୁନା ବିକାଶ କାର୍ଯ୍ୟକ୍ରମ
ଅଧିକ ତଥ୍ୟ ନିମନ୍ତେ ଯୋଗାଯୋଗ:-
- ଠିକଣା:- ଜେନେରାଲ ମ୍ଯାନେଜର,ଜିଲ୍ଲା ଶିଳ୍ପ କେନ୍ଦ୍ର, ଜଗତସିଂହପୁର,ନୂଆ ବସ ଷ୍ଟାଣ୍ଡ ପଛ ପାଖ,ଜଗତସିଂହପୁର,ପିନ-୭୫୪୧୦୩,ଫୋନ:-୦୬୭୨୪-୨୨୧୭୦୭,ଇ-ମେଲ
dicjspur@nic.in