ଶିକ୍ଷା
ଶିକ୍ଷା ବିଭାଗ (ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡିଶା ସରକାର), ଜଗତସିଂହପୁର,
ଜଗତସିଂହପୁର ଜିଲ୍ଲାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡିଶା ସରକାରଙ୍କ ଅଧିନରେ ଜିଲ୍ଲା ଶିକ୍ଷା ବିଭାଗ, ଜିଲ୍ଲା ଶିକ୍ଷାଧିକାରୀଙ୍କ ମୁଖ୍ୟ ତତ୍ବାବଧାନରେ ପରିଚାଳିତ ହେଉଛି | ଜିଲ୍ଲାର ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟ (୧ମ ରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ) ଜିଲ୍ଲା ଶିକ୍ଷା ବିଭାଗ ଅଧିନରେ ପରିଚାଳିତ ହେଉଛି | ଜିଲ୍ଲା ଶିକ୍ଷା ବିଭାଗ ଅଧିନରେ ମୁଖ୍ୟତ (୧ ) ସର୍ବଶିକ୍ଷା ଅଭିଯାନ ଓ (୨) ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନ ଯୋଜନା କାର୍ଯ୍ୟକାରୀ କରାଯାଉଅଛି | ଏତଦବ୍ୟତୀତ ମଧ୍ୟାନ୍ନ ଭୋଜନ ଯୋଜନା ମଧ୍ୟ କାର୍ଯ୍ୟକାରୀ କରାଯାଉଛି | ଉପୋରକ୍ତ ଯୋଜନା ମାନ ଜିଲ୍ଲାପାଳ, ଜଗତସିଂହପୁରଧା ଅଧ୍ୟକ୍ଷତାରେ ପରିଚାଳିତ|
ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନ
ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଯୋଜନା, ମାର୍ଚ୍ଚ ୨୦୦୯ ମସିହା ଠାରୁ କାର୍ଯକାରୀ ହେଉଛି | ମାଧ୍ୟମିକ ଶିକ୍ଷା ସ୍ତରରେ ଗୁଣାତ୍ମକ ଶିକ୍ଷାର ବିକାଶ ତଥା ଏକ ଲିଙ୍ଗଗତ, ସାମାଜିକ ବ୍ୟବସ୍ତାଗତ ପ୍ରବେଧ ବିହୀନ ଶିକ୍ଷାର ପ୍ରଚଳନ ଏହାର ଉଦ୍ଦେଶ୍ୟ|
ଯୋଜନାର ଆଭିମୁଖ୍ୟ
- ପ୍ରତି ପକ୍ଷ ରୁ ୫ କି.ମି.ମଧ୍ୟରେ ମାଧ୍ୟମିକ ବିଦ୍ୟାଳୟ ପ୍ରତିଷ୍ଠା ଓ ୭-୧୦ ଦଶ କି.ମି. ମଧ୍ୟରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରତିଷ୍ଠା |
- ପିଲାମାନଙ୍କ ପ୍ରବେଶ ହାର ଶତକଡା ୭୫% ପ୍ରତିଶତକୁ ପାଞ୍ଚ ବର୍ଷ ରେ ବୃଦ୍ଧି |
- ୨୦୧୭ ମସିହା ସୁଦ୍ଧା ସମସ୍ତଙ୍କ ପାଇଁ ମାଧ୍ୟମିକ ସ୍କୁଲ ର ବ୍ୟବସ୍ଥା |
- ୨୦୨୦ ମସିହା ସୁଦ୍ଧା ସମସ୍ତ ପିଲା ମାନଙ୍କୁ ବିଦ୍ୟାଳୟରେ ଧାରଣ କରି ରଖିବାର ବ୍ୟବସ୍ଥା |
- ସାମାଜିକ ଅନଗ୍ରସର ବର୍ଗର ପିଲାମାନଙ୍କ ପାଇଁ ସାର୍ବଜନୀନ ଶିକ୍ଷା |
- ମାଧ୍ୟମିକ ସ୍ତରରେ ଗୁଣାତ୍ମକ ଶିକ୍ଷାର ବିକାଶ |
ସର୍ବଶିକ୍ଷା ଅଭିଯାନ, ଜଗତସିଂହପୁର
ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ସାର୍ବଜନୀନ କରିବାର ଲକ୍ଷ୍ୟ ନେଇ, ସର୍ବଶିକ୍ଷା ଅଭିଯାନ, ଜାତୀୟ ଯୋଜନା ଜିଲ୍ଲାରେ କାର୍ଯକାରୀ କରାଯାଇଛି | ୬-୧୪ ବର୍ଷର ପିଲାମାନଙ୍କ ଗୁଣାତ୍ମକ ଶିକ୍ଷା ପ୍ରଦାନ ତଥା ଶତକଡା ୧୦୦ ଭାଗ ପିଲାମାନଙ୍କର ସ୍କୁଲରେ ଧାରଣ କରି ରଖିବାର ଉଦ୍ଦେଶ୍ୟ ନେଇ ଓ ଜନସାଧାରଣଙ୍କ ସହଯୋଗୀତାରେ ଉପୋରକ୍ତ ଯୋଜନା କାର୍ଯ୍ୟକାରୀ କରାଯାଉଛି | ଜିଲ୍ଲାରେ ଶିକ୍ଷ୍ୟା ଅଧିକାର ଅଧିନିୟମ ୨୦୦୯ ପ୍ରତି ୬ ରୁ ୧୪ ବର୍ଷର ପିଲାମାନଙ୍କ ଶିକ୍ଷ୍ୟାର ଉନ୍ନତି ପାଇଁ କଡାକଡି ଲାଗୁ କରାଯାଇଛି|
ଯୋଜନାର ଆଭିମୁଖ୍ୟ
- ୬-୧୪ ବର୍ଷ ବୟସ ପର୍ଯ୍ୟନ୍ତ ସମସ୍ତ ପିଲାଙ୍କୁ ସ୍କୁଲକୁ ଆଣିବା |
- ଉପୋରକ୍ତ ପିଲାମାନଙ୍କ ସଫଳତାର ସହ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶିକ୍ଷ। ସମାପ୍ତି ନିମନ୍ତେ ଧ୍ୟାନ ଦେବା |
- ଉଚ୍ଚ ପ୍ରାଥମିକ ଶ୍ରେଣୀ ପର୍ଯ୍ୟନ୍ତ ଗୁଣାତ୍ମକ ଶିକ୍ଷ।ର ବିକାଶ ଘଟାଇବା |
ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ୟାଳୟ
କ୍ର.ନ | ନାମ | ପଦବୀ | ମୋବାଇଲ ନମ୍ବର | ଇ- ମେଲ |
---|---|---|---|---|
୧ | ଶ୍ରୀମତୀ ପ୍ରତିଭା ମଞ୍ଜରୀ ଦାସ, ଓ.ଶି.ସେ.(୧)ବ. | ଜିଲ୍ଲା ଶିକ୍ଷା ଅଧିକାରୀ/ପ୍ରଥମ ଅପିଲ କର୍ତ୍ତୁପକ୍ଷ | ୯୪୩୭୫୩୩୫୪୪ | deojagatsinghpur12@gmail.com |
୨ | ଶ୍ରୀ ସପନ କୁମାର ଜେନା , ଓ.ଶି.ସେ.(୧)କ | ଜନ ସୂଚନା ଅଧିକାରୀ | ୯୪୩୮୫୫୬୨୪୪ | dpcjspurssa.opepa@nic.in |
୩ | ଶ୍ରୀ ସୁଭାଶ ଚନ୍ଦ୍ର ରାଉତ | ଅତିରିକ୍ତ ଜନ ସୂଚନା ଅଧିକାରୀ | ୯୪୩୭୩୬୬୫୧୨ |
ଜିଲ୍ଲା ପ୍ରକଳ୍ପ କାର୍ୟାଳୟ,ସର୍ବଶିକ୍ଷା ଅଭିଯାନ,ଜଗତସିଂହପୁର
କ୍ର.ନ | ନାମ | ପଦବୀ | ମୋବାଇଲ ନମ୍ବର | ଇ- ମେଲ |
---|---|---|---|---|
୧ | ଶ୍ରୀ ସପନ କୁମାର ଜେନା , ଓ.ଶି.ସେ.(୧)କ | ଜିଲ୍ଲା ପ୍ରକଳ୍ପ ସଂଯୋଜକ/ପ୍ରଥମ ଅପିଲ କର୍ତ୍ତୁପକ୍ଷ | ୯୪୩୮୫୫୬୨୪୪ | dpcjspurssa.opepa@nic.in |
୨ | ଶ୍ରୀବିଶ୍ଵଜିତ ପାତ୍ରୋ | ଜନ ସୂଚନା ଅଧିକାରୀ | ୯୯୩୭୮୬୭୯୭୯ | |
୩ | ଶ୍ରୀମତୀ ବିଜୟଲକ୍ଷ୍ମୀ ବେହେରା | ଅତିରିକ୍ତ ଜନ ସୂଚନା ଅଧିକାରୀ | ୯୦୯୦୭୮୭୦୧୧ |