ବନ୍ଦ କରନ୍ତୁ

ପ୍ରାଣୀ ସମ୍ପଦ ବିଭାଗ,ଜଗତସିଂହପୁର ଜିଲ୍ଲା

ଆମ ରାଜ୍ୟରେ ସାମାଜିକ ଓ ଅର୍ଥନୈତିକ ବିକାଶରେ ପ୍ରାଣୀ ପାଳନ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଅଛି I ଗ୍ରାମାଞ୍ଚଳ ଲୋକମାନଙ୍କର ଜୀବିକା ନିର୍ବାହରେ ପ୍ରାଣୀ ସମ୍ପଦ ଏକ ଅବିଛେଦ୍ୟ ଅଙ୍ଗ I ସ୍ୱଳ୍ପ ପୁଞ୍ଜି ବିନିଯୋଗରେ ଆତ୍ମନିର୍ଭରଶୀଳତା ନିମନ୍ତେ ଏହା ସବୁଠାରୁ ଉତ୍କୃଷ୍ଟ ମାଧ୍ୟମ I ଏହି ସବୁ କାରଣରୁ ଗ୍ରାମାଞ୍ଚଳ ବିକାଶ ପାଇଁ ପ୍ରାଣୀ ସମ୍ପଦର ଉନ୍ନତି ନିତାନ୍ତ ଅପରିହାର୍ଯ୍ୟ I ଯଦିଓ ଆମ ଜିଲ୍ଲାରେ ସମସ୍ତ ପ୍ରକାରର ଗୃହପାଳିତ ପ୍ରାଣୀଙ୍କ ସଂଖ୍ୟା ଅତ୍ୟନ୍ତ ଉତ୍ସାହଜନକ, ତେବେ ସେମାନଙ୍କ ଉତ୍ପାଦିକା ଶକ୍ତି ସର୍ବୋଚ୍ଚ ସ୍ତରରେ ପହଞ୍ଚି ପାରି ନାହିଁ । ପ୍ରାଣୀ ପାଳନ ମୁଖ୍ୟତଃ କ୍ଷୁଦ୍ର, ନାମ ମାତ୍ର ଚାଷୀ ଏବଂ କୃଷି ଶ୍ରମିକଙ୍କ ମଧ୍ୟରେ ସୀମାବଦ୍ଧ I ମୋଟ ପ୍ରାଣୀ ସମ୍ପଦ ର ୮୮% କ୍ଷୁଦ୍ର, ନାମ ମାତ୍ର ଚାଷୀ ଏବଂ କୃଷି ଶ୍ରମିକଙ୍କ ପାଖରେ ଉପଲବ୍ଧ I
ପ୍ରାଣୀ ପାଳନ ମୁଖ୍ୟତଃ ମହିଳା କୈନ୍ଦ୍ରିକ I କାରଣ ପ୍ରାଣୀ ପାଳନର ଅଧିକାଂଶ କାର୍ଯ୍ୟ ଯଥା:- ଦୁଧିଆଳୀ ଗାଈଙ୍କ ରକ୍ଷଣାବେକ୍ଷଣ ଓ ଯତ୍ନ , ଦୁଗ୍ଧ ଦୁହିଁବା, କ୍ଷୁଦ୍ର ରୋମନ୍ଥକ ପ୍ରାଣୀ (ଛେଳି ଓ ମେଣ୍ଢା) ମାନଙ୍କୁ ଚରାଇବା ଏବଂ ବାଡି ଅଗଣାରେ କୁକୁଡା ପାଳନରେ ନିୟୋଜିତ ବ୍ୟକ୍ତି ହିଁ ମହିଳା I ଅନ୍ୟ ଜିଲ୍ଲା ତୁଳନାରେ ଆମ ଜିଲ୍ଲାର ଚାଷୀମାନେ ମୁଖ୍ୟତଃ ଦୁଧିଆଳୀ ଗାଈ ବା ମଈଁଷି ପାଳନରେ ଅଧିକ ଆଗ୍ରହ ରଖିଥାନ୍ତି I ସମସ୍ତ ପ୍ରାଣୀ ସମ୍ପଦ ମଧ୍ୟରେ ଗୋସମ୍ପଦ ହିଁ ଆମର ମୁଖ୍ୟ ଏବଂ ଗୋପାଳନ ହିଁ ସବୁଠାରୁ ଜନାଦୃତ ବୃତ୍ତି I ଏହି କାରଣରୁ ଏହି ଜିଲ୍ଲାରେ ଗୋସମ୍ପଦକୁ ହିଁ ମୁଖ୍ୟ ପ୍ରାଣୀ ସମ୍ପଦ ଭାବରେ ବିବେଚନା କରାଯାଏ I
ପ୍ରାଣୀସମ୍ପଦର ବିକାଶ ଦ୍ଵାରା ବଜାର ଚାହିଦା ପୂରଣ ନିମନ୍ତେ ଖାଦ୍ୟ ଉତ୍ପାଦନ, ଆତ୍ମ ନିଯୁକ୍ତି ନିମନ୍ତେ ସୁଯୋଗ ସୃଷ୍ଟି, ପାରିବାରିକ ଆୟ ବୃଦ୍ଧି ଦ୍ଵାରା ଗ୍ରାମାଞ୍ଚଳ ଗରିବ ଲୋକମାନଙ୍କର ଖାଦ୍ୟ ସୁରକ୍ଷା ଏବଂ ସର୍ବୋପରି ଜୀବନ ଜୀବିକାର ସୁରକ୍ଷା ସମ୍ଭବ I ଗ୍ରାମାଞ୍ଚଳରେ ଗରିବ ଲୋକଙ୍କ ଜୀବନ ଧାରଣର ମାନ ବୃଦ୍ଧି ନିମନ୍ତେ ପ୍ରାଣୀ ପାଳନ ଏକ ନିର୍ଭରଯୋଗ୍ୟ ମାଧ୍ୟମ I ଏତଦ୍ ବ୍ୟତୀତ ପ୍ରାଣୀଜାତ ଦ୍ରବ୍ୟ ସମଗ୍ର କୃଷି ଉତ୍ପାଦନର ୨୭% ରୁ ଅଧିକ ଏବଂ ପ୍ରାଣୀ ଜାତ ଦ୍ରବ୍ୟ ସୁଷମ ଖାଦ୍ୟର ଏକ ମୁଖ୍ୟ ଅଂଶ I ପ୍ରାଣୀସମ୍ପଦ ବିକାଶ ବିଭାଗ ବିଭିନ୍ନ ଯୋଜନା ପ୍ରଣୟନ ଏବଂ ଏହାର ସଫଳ ରୂପାୟନ ନିମନ୍ତେ କାର୍ଯ୍ୟ କରିଥାଏ ଓ ଉତ୍ତର ଦାୟିତ୍ଵ ମଧ୍ୟ ନେଇଥାଏ I

ପ୍ରାଣୀସମ୍ପଦ ବିକାଶ ବିଭାଗର ଆଭିମୁଖ୍ୟ:

  • ୧. ଗ୍ରାମାଞ୍ଚଳର ବିକାଶ, ଅର୍ଥ ଉପାର୍ଜନ ଏବଂ ଜୀବିକା ନିର୍ବାହର ପନ୍ଥା ଯୋଗାଇବା I
    ୨. କ୍ଷୁଦ୍ର, ନାମମାତ୍ର ଚାଷୀ ଏବଂ କୃଷି ଶ୍ରମିକଙ୍କ ପାଇଁ ଗୋପାଳନକୁ ଏକ ପ୍ରମୁଖ ମାଧ୍ୟମ ଭାବରେ ଠିଆ କରାଇବା ।
    ୩. ଗରିବ ଚାଷୀମାନଙ୍କର ଛେଳି, ମେଣ୍ଢା ପ୍ରଭୃତି ଗୃହ ପାଳିତ ପଶୁ ମାନଙ୍କ ଉତ୍ପାଦିକା ଶକ୍ତି ବୃଦ୍ଧି I
    ୪. ଗ୍ରାମାଞ୍ଚଳ ଲୋକମାନଙ୍କ ଆନୁସଙ୍ଗିକ ଆୟ ନିମନ୍ତେ ବାଡି ଅଗଣାରେ କୁକୁଡ଼ାପାଳନ କୁ ଲୋକପ୍ରିୟ କରାଇବା ।
    ୫. ମୁଣ୍ଡପିଛା ଆୟବୃଦ୍ଧି ସହିତ ଦୁଗ୍ଧ, ଅଣ୍ଡା ଏବଂ ମାଂସର ଉପଲବ୍ଧ ପରିମାଣ ବଢାଇବା ।
    ୬. ଆନୁବଂଶିକ ଗୁଣସୂତ୍ରର ମାନ ବୃଦ୍ଧି ଦ୍ଵାରା ପ୍ରାଣୀମାନଙ୍କର ଉତ୍ପାଦିକା ଶକ୍ତି ବୃଦ୍ଧି କରାଇବା ।
    ୭. ପ୍ରାଣୀ ପାଳକ ମାନଙ୍କୁ ନୂତନ ବୈଷୟିକ ଜ୍ଞାନ କୌଶଳ ସମ୍ବନ୍ଧରେ ଅବଗତ କରାଇବା ।
    ୮. ପଶୁ ରୋଗ ନିୟନ୍ତ୍ରଣ ବ୍ୟବସ୍ଥାକୁ ଅଧିକ ଶକ୍ତିଶାଳୀ କରିବା ।
    ୯. କୃଷକଙ୍କ ଘର ପାଖରେ ଉନ୍ନତ ପ୍ରାଣୀ ଚିକିତ୍ସା ସେବା ଉପଲବ୍ଧ କରାଇବା ।

ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଜଗତସିଂହପୁର:- “ ଶକ୍ତି ଓ ସୁଯୋଗ”

କ୍ର. ନଂ. ଶକ୍ତି ସୁଯୋଗ ୧ ସୁଯୋଗ୍ୟ ମାନବସମ୍ବଳ (ପ୍ରାଣୀଚିକିତ୍ସକ ଓ ପ୍ରାଣୀଧନ ନିରୀକ୍ଷକ ) I ଦୁଗ୍ଧ ଓ ଦୁଗ୍ଧଜାତୀୟ ଦ୍ରବ୍ୟର ଅତ୍ୟଧିକ ଚାହିଦା I ୨ ତୃଣ ଉନ୍ନୟନ କର୍ମଚାରୀଙ୍କ ଉପଲବ୍ଧି I କୁକୁଡା ମାଂସ (ବିଶେଷତଃ ରଙ୍ଗୀନ କୁକୁଡ଼ା)ର ଅତ୍ୟଧିକ ଚାହିଦା I ୩ ୧୩ ଟି ପ୍ରାଣୀ ଚିକିତ୍ସାଳୟ  ଏବଂ ୯୮  ପ୍ରାଣୀଧନ  ସହାୟକ କେନ୍ଦ୍ର  I ବ୍ୟବସାୟିକ କୃଷି ଭିତ୍ତିକ ଉଦ୍ୟୋଗ ମାଧ୍ୟମରେ ସମନ୍ଵିତ ଚାଷ ଜରିଆରେ କୃଷି ଓ ଆନୁଷଙ୍ଗିକ ଚାଷ ସହିତ ଗୋପାଳନ, କୁକୁଡା, ଛେଳି ଓ ମେଣ୍ଢା ଇତ୍ୟାଦି ପ୍ରାଣୀ ପାଳନ ନିମନ୍ତେ ପ୍ରୋତ୍ସାହନ ବ୍ୟବସ୍ଥା ୪ କାର୍ଯ୍ୟକ୍ଷମ ଜିଲ୍ଲା କୁକୁଡା ଚିଆଁ ଉତ୍ପାଦନ କେନ୍ଦ୍ର  I ବାଡି ଅଗଣାରେ ପାଳନ ନିମନ୍ତେ କୃଷି ଓ ବୈଷୟିକ ପରିଚାଳନା ସଂସ୍ଥା ଏବଂ ଓଡିଶା ଜୀବିକା ମିସନ ଜରିଆରେ ଉନ୍ନତ କିସମର କୁକୁଡା ଚିଆଁ ଯୋଗାଣ ୫ ଜିଲ୍ଲା ସଦର ମହକୁମା ପ୍ରାଣୀଚିକିତ୍ସାଳୟ ପରିସରରେ ଉତ୍ତମ  ରୋଗନିରୂପଣ ପ୍ରୟୋଗଶାଳା I ବ୍ରୟଲର କୁକୁଡା ପାଳନ ନିମନ୍ତେ ଚୁକ୍ତିଭିତ୍ତିକ ଚାଷର ବ୍ୟବସ୍ଥା ୬ ସମସ୍ତ ୮ ଟି ବ୍ଲକରେ  ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ସେବା ବ୍ୟବସ୍ଥା I ୭ ଗ୍ରାମାଞ୍ଚଳରେ ବାଡିଅଗଣା କୁକୁଡ଼ାକୁ ପ୍ରୋତ୍ସାହନ ଦେବାପାଇଁ କାର୍ଯ୍ୟକ୍ଷମ-ମଦର ୟୁନିଟ୍ I