ଜିଲ୍ଲା ଯ଼ୋଜନା ଓ ପର୍ଯ଼୍ୟାଲୋଚନା କାର୍ଯ଼୍ୟାଳୟ
ଉପକ୍ରମ
ଓଜିଶା ରାଜ୍ୟ ସରକାର ବିଜ୍ଞପ୍ତି ସଂ -୮୪୨୯ତା ୨୯.୦୬.୨୦୧୦ ଅନୁଯାୟୀ ରାଜ୍ୟର ସମସ୍ତ ଜିଲ୍ଲା ପାଇଁ ଏକ ସାଧାରଣ ନୀତି ଗ୍ରହଣ କଲେ ଯ଼େଉଁ ଅନୁସାରେ କି ରାଜ୍ୟର ସମସ୍ତ ଜିଲ୍ଲା ପରିସଂଖ୍ୟାନ କାର୍ଯ୍ୟାଳୟ ଓ ଜିଲ୍ଲା ଯୋଜନା କାର୍ଯ୍ୟାଳୟ ଗୁଡିକର ସମ୍ମିଶ୍ରଣରେ ଏକ ଜିଲ୍ଲା ଯ଼ୋଜନା ଓ ପର୍ଯ଼୍ୟାଲୋଚନା କାର୍ଯ୍ୟାଳୟ ଗଠିତ ଦେଲା . ଡକ୍ଟର କୈଳାସ ଚନ୍ଦ୍ର ପାଣି ଏହି କାର୍ଯ୍ୟାଳୟର ପ୍ରଥମ ଉପନିର୍ଦ୍ଦେଶକ ତଥା ମୂଖ୍ୟ ଭାବେ ୮.୧୨.୨୦୧୦ ରେ ଯ଼ୋଗ ଦେଇଥିଲେ .
ଲକ୍ଷ୍ୟ/ଉଦ୍ଦେଶ୍ୟ
- ଅଭିଳଷିତ ଜିଲ୍ଲା ସ୍ତରୀୟ ଓ ଉପଜିଲ୍ଲା ସ୍ତରୀୟ ଭିତ୍ତିଭୂମି ତଥ୍ୟର ସଂଗ୍ରହଣ , ବିଶ୍ଳେଷଣ , ନବୀକରଣ ଏବଂ ରକ୍ଷଣା ବେକ୍ଷଣ କରିବା ସହିତ ସ୍ଥାନୀୟ ଯ଼ୋଜନା ପାଇଁ ଉପାଦେୟ ଜ୍ଞାନ/ତଥ୍ୟ ସୃଷ୍ଟି କରିବା
- ସ୍ଥାନୀୟ ଯ଼ୋଜନାର ପ୍ରସ୍ତୁତି ଏବଂ ଏକତ୍ରିକରଣ କରିବା ପାଇଁ ଜିଲ୍ଲା ଯ଼ୋଜନା କମିଟି, ପଞ୍ଚାୟତିରାଜ ଅନୁଷ୍ଠାନ ଓ ସ୍ଥାନୀୟ ସହରାଞ୍ଚଳ ସଂସ୍ଥାମାନଙ୍କୁ ସଚିବସ୍ତରିୟ ବୈଷୟିକ ସହାୟତା ପ୍ରଦାନ କରିବା
- ବିଭିନ୍ନ ଉନ୍ନୟନ ମୂଳକ କାର୍ଯ଼୍ୟର ମୂଲ୍ୟାୟନ ଓ ସମୀକ୍ଷା ପାଇଁ ଜିଲ୍ଲା ଯ଼ୋଜନା କମିଟିକୁ ସହାୟତା ପ୍ରଦାନ କରିବା .
- ବିଭିନ୍ନ ଉନ୍ନୟନ ମୂଳକ କାର୍ଯ଼୍ୟର ପ୍ରକଳ୍ପଗୁଛ ଓ ବିସ୍ତୃତ ପ୍ରକଳ୍ପ ତଥ୍ୟ ପ୍ରସ୍ତୁତ କରିବା .
ଜିଲ୍ଲା ଯ଼ୋଜନା ଓ ପର୍ଯ଼୍ୟାଲୋଚନା କାର୍ଯ୍ୟାଳୟର ଗଠନ
ଏହାର ଦୁଇଗୋଟି ଅଙ୍ଗ ଅଛି ଯ଼ଥା – ୧. ସାଧାରଣ ଯ଼ୋଜନା ପ୍ରକୋଷ୍ଠ ୨– ବିଶ୍ଳେଷଣାତ୍ମକ ପ୍ରକୋଷ୍ଠ ଯ଼ାହାର ବିଶଦ ବିବରଣୀ ନିମ୍ନରେ ପ୍ରଦାନ କରାଯ଼ାଇଛି .
- ୧-ସାଧାରଣ ଯ଼ୋଜନା ପ୍ରକୋଷ୍ଟ
- ଏହାର ଦୁଇଗୋଟି ଅଙ୍ଗ ଅଛି ଯ଼ଥା (କ ) ଯ଼ୋଜନା ଅଙ୍ଗ ( ଖ ) ପରିସଂଖ୍ୟାନ ଅଙ୍ଗ.
- ଯ଼ୋଜନା ଅଙ୍ଗ:-ଭୁତପୂର୍ବ ଜିଲ୍ଲା ଯ଼ୋଜନା କାର୍ଯ୍ୟାଳୟ ବର୍ତ୍ତମାନ ଜିଲ୍ଲା ଯ଼ୋଜନା ଓ ପର୍ଯ଼୍ୟାଲୋଚନା କାର୍ଯ୍ୟାଳୟର ଯ଼ୋଜନା ଅଙ୍ଗ ଭାବେ କାର୍ଯ଼୍ୟକରୁଅଛି ଯ଼ାହାକି ପୁର୍ବତନ ଜିଲ୍ଲା ଯ଼ୋଜନା ଅଧିକାରୀ ଙ୍କର ସମସ୍ତ କାର୍ଯ଼୍ୟଭାର ବହନ କରିଅଛି .
- ପରିସଂଖ୍ୟାନ ଅଙ୍ଗ:- ଭୁତପୂର୍ବ ଜିଲ୍ଲା ପରିସଂଖ୍ୟାନ କାର୍ଯ୍ୟାଳୟ ବର୍ତ୍ତମାନ ଜିଲ୍ଲା ଯ଼ୋଜନା ଓ ପର୍ଯ଼୍ୟାଲୋଚନା କାର୍ଯ୍ୟାଳୟର ପରିସଂଖ୍ୟାନ ଅଙ୍ଗଭାବେ ସମସ୍ତ ଗତାନୁଗତିକ ପୁର୍ବ କାର୍ଯ଼୍ୟାବଳୀ ସହ କାର୍ଯ଼୍ୟକରୁଅଛି . ଏହା ବ୍ୟତିତ ଜିଲ୍ଲା ଯ଼ୋଜନା କମିଟି ପାଇଁ ଅତିରିକ୍ତ ତଥ୍ୟ ସଂଗ୍ରହ କରିବା ଓ ଏହାକୁ ନିର୍ଦ୍ଦିଷ୍ଟ ଭାବେ ସଜାଇବା ଦାୟୀତ୍ୱ ମଧ୍ୟ ପରିସଂଖ୍ୟାନ ଅଙ୍ଗକୁ ଦିଆଯ଼ାଇଛି । ପୂର୍ବତନ ଜିଲ୍ଲା ଯ଼ୋଜନା ଅଧିକାରୀଙ୍କୁ ବର୍ତ୍ତମାନ ସରକାରୀ ନିର୍ଦ୍ଦେଶକ ( ଯ଼ୋଜନା ) ଭାବେ ନାମିତ କରାଯ଼ାଇଛି . ସହକାରୀ ନିର୍ଦ୍ଦେଶକ ( ଯ଼ୋଜନା) ଉପନିର୍ଦ୍ଦେଶକଙ୍କର ଯ଼ୋଜନା ଓ ଉପସଂଖ୍ୟକଙ୍କର ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ଯ଼ୋଜନା ଅଙ୍ଗ ସମସ୍ତ ଦାୟୀତ୍ୱ ଏକାନ୍ତଭାବେ ବହନ କରନ୍ତି । ଉପନିର୍ଦେଶକ (ଯ଼ୋଜନା ଓ ପରିସଂଖ୍ୟକ) ଏକାନ୍ତ ଭାବେ ପରିସଂଖ୍ୟକ ଅଙ୍କର ଦାୟୀତ୍ୱ ବହନ କରନ୍ତି । ସେ ମଧ୍ୟ କାର୍ଯ଼୍ୟାଳୟର ମୂଖ୍ୟ ତଥା ଡ୍ରଇଂ ଓ ଡିସ୍ ବରସିଂ ଅଧିକାରୀ ଭାବେ ଦାୟୀତ୍ୱ ତୁଲାଇଥାନ୍ତି । ବର୍ଦ୍ଧିତ କାର୍ଯ଼୍ୟଭାର ଓ ଦାୟୀତ୍ୱକୁ ଆଖି ଆଗରେ ରଖି ଯ଼ୋଜନା ଅଙ୍ଗ ଓ ପରିସଂଖ୍ୟନ ଅଙ୍ଗକୁ ଉପଯ଼ୁକ୍ତଭାବେ ଶକ୍ତିଶାଳୀ କରିବାପାଇଁ ରାଜ୍ୟ ସରକାରଙ୍କର ଏକ ପ୍ରସ୍ତାବ ରହିଛି ।
୨- ବିଶ୍ଳେଷଣାତ୍ମକ ପ୍ରକୋଷ୍ଠ – ଏହି ପ୍ରକୋଷ୍ଠ ଜିଲ୍ଲା ଯ଼ୋଜନା ଓ ପର୍ଯ଼୍ୟାଲୋଚନା କାର୍ଯ଼୍ୟାଳୟକୁ ବର୍ତ୍ତମାନ ସୁଧା ପୂର୍ଣ୍ଣମାତ୍ରାରେ କାର୍ଯ଼୍ୟକ୍ଷମ ହୋଇପାରିନାହିଁ । ଏହି ପ୍ରକୋଷ୍ଠ ଜିଲ୍ଲା ଯ଼ୋଜନା କମିଟି ଓ ଜିଲ୍ଲା ଯ଼ୋଜନା ଓ ପର୍ଯ଼୍ୟାଲୋଚନା କାର୍ଯ଼୍ୟାଳଯର ବିଭିନ୍ନ ପ୍ରକୋଷ୍ଠକୁ ଉଚ୍ଚତର ବିଶ୍ଳେଷଣାତ୍ମକ ଓ ଧାରଣାତ୍ମକ ସମର୍ଥନ ଦେବାପାଇଁ ଉଦ୍ଧିଷ୍ଟ । ଏହି ପ୍ରକୋଷ୍ଠରେ ଜଣେ ଜଣେ ଅଭିଜ୍ଞ ବିତ୍ତ ପ୍ରବୀଣ, ଅର୍ଥନୀତିଜ୍ଞ ଅଣୁ ଯ଼ୋଜନାକାରୀ ଓ ଜୀବିକା ପ୍ରବୀଣ, ଭୂତିତ୍ତ୍ୱ ସୂଚନା ପ୍ରଣାଳୀ, ପ୍ରବୀଣ, ସହରି ଯ଼ୋଜନା ପ୍ରବୀଣ, ଆଞ୍ଚାଳିକ ଯ଼ୋଜନା ପ୍ରବୀଣ, ହିସାବ ଅଧିକାରୀ ଓ ବରିଷ୍ଠ ହିସାବ ରକ୍ଷକ କାର୍ଯ଼୍ୟାଭାର ତୁଲାଇବେ । ବର୍ତ୍ତମାନ ପାଇଁ ଏହି ପ୍ରକୋଷ୍ଠଟି ଜଣେ ବିଭ ପ୍ରବୀଣ, ଜଣେ ଅଣୁ ଯ଼ୋଜନାକାରୀ ଓ ଜୀବିକା ପ୍ରବୀଣ ଓ ଜଣେ ଅର୍ଥନୀତିଜ୍ଞଙ୍କୁ ନେଇ କାର୍ଯ଼୍ୟ କରୁଅଛି । ଜିଲ୍ଲା ଯ଼ୋଜନା ଓ ପର୍ଯ଼୍ୟାଲୋଚନା କାର୍ଯ଼୍ୟାଳୟଟି ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ଼୍ୟକରୁଅଛି ।
ଜିଲ୍ଲା ଯ଼ୋଜନା ଓ ପର୍ଯ଼୍ୟାଲୋଚନା କାର୍ଯ଼୍ୟାଳୟ ଦାୟୀତ୍ୱ ଓ କାର୍ଯ଼୍ୟାବଳୀ-
୧- ଜିଲ୍ଲାସ୍ତରୀୟ, ମଣ୍ଡଳସ୍ତରୀୟ ଓ ଗ୍ରାମ ପଞ୍ଚାୟତ ସ୍ତରୀୟ ଯ଼ୋଜନା ପ୍ରସ୍ତୁତ କରିବାପାଇଁ ଆବଶ୍ୟକ ତଥ୍ୟର ଉପଯ଼ୁକ୍ତ ସଂଗ୍ରହଣ, ବିଶ୍ଳେଷଣ, ନବୀକରଣ ଓ ରକ୍ଷଣାବେକ୍ଷଣ କରିବା ।
୨-ଜିଲ୍ଲା ଉନ୍ନୟନ ପାର୍ଶ୍ୱପତ୍ର ଏବଂ ଜିଲ୍ଲା ମାନଚିତ୍ର ପ୍ରସ୍ତୁତ କରିବା ଓ ଜିଲ୍ଲାର ବିଭିନ୍ନ ଉନ୍ନୟନ ସେକ୍ସରରେ ଉପଲବ୍ଧ ଥିବା ଭୂମି, ଜଳ, ଖଣିଜଦ୍ରବ୍ୟ, ଜଙ୍ଗଲ, କୁଶଳୀ ଓ ଅଣକୁଶଳୀ ମାନବ ସମ୍ୱଳ ଓ ଅନ୍ୟାନ୍ୟ ଉତ୍ସସମୂହ ଏକ ସମ୍ୱଳ ତାଲିକା ପ୍ରସ୍ତୁତ କରିବା ।
୩-ଜିଲ୍ଲା ମଧ୍ୟରେ ଓ ବ୍ଲକ୍ ମଧ୍ୟରେ ଥିବା ଉନ୍ନୟନ ତାରତମ୍ୟକୁ ସାମାଜିକ, ଅର୍ଥନୈତିକ ଓ ମାନବ ସମ୍ୱଳ ଉନ୍ନୟନ ସଂକେତିକ ମାଧ୍ୟମରେ ଅନୁଧ୍ୟାନ କରିବା ।
୪-ବିଭିନ୍ନ ବିଭାଗର ଉନ୍ନୟନମୂଳକ କାର୍ଯ୍ୟର ମୂଲ୍ୟାୟନ ଓ ସମୀକ୍ଷା କରିବା ।
୫-ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି, ଜିଲ୍ଲା ପରିଷଦ ଏବଂ ସହରାଞ୍ଚଳ ଉନ୍ନୟନ ସଂସ୍ଥା ମାନଙ୍କ ପାଇଁ ଯ଼ୋଜନା ପ୍ରସ୍ତୁତ କରିବା ଓ ଏହାର ଏକତ୍ରୀ କରଣ କରିବା ।
୬-ଜିଲ୍ଲା ମଧ୍ୟରେ କାର୍ଯ଼୍ୟ କରୁଥିବା ବିଭିନ୍ନ ସ୍ୱୟଂ ସେବକ ସଂସ୍ଥା ଏବଂ ଅନ୍ୟାନ୍ୟ ସମ୍ୱଳଯ଼ୁକ୍ତ ଅନୁଷ୍ଠାନ ଗୁଡ଼ିକର ଏକ ସଠିକ୍ ତାଲିକା ପ୍ରସ୍ତୁତ କରିବା ।
୭-ବିଭିନ୍ନ ସମୟରେ ଜିଲ୍ଲା ଯ଼ୋଜନା କମିଟିର ସୁପାରିଶ ଓ ନିଷ୍ପତ୍ତି ଗୁଡିକୁ କାର୍ଯ଼୍ୟକାରୀ କରିବା ପାଇଁ ସଚିବସ୍ତରୀୟ ସହାୟତା ପ୍ରଦାନ କରିବା ।
୮-ବିଭିନ୍ନ ଭିତ୍ତି ସଂରଚନା ପ୍ରକଳ୍ପ ଗୁଡ଼ିକ ପାଇଁ ଭିତ୍ତିସଂରଚନା ଫାଙ୍କକୁ ଚିହ୍ନିତ କରିବା, ପ୍ରକଳ୍ପଗୁଚ୍ଛ ପ୍ରସ୍ତୁତ କରିବା ଏବଂ ବିସ୍ତୁତ ପ୍ରକଳ୍ପ ତଥ୍ୟ ପ୍ରସ୍ତୁତ କରିବା ।
୯-ଜିଲ୍ଲାପାଳଙ୍କ ଦ୍ୱାରା ସମର୍ପଣ ତଥା ନ୍ୟସ୍ତ କରାଯ଼ାଇଥିବା ସମସ୍ତ କାର୍ଯ଼୍ୟକୁ ସୁଚାରୁରୂପେ ତୁଲାଇବା ।
୧୦-ଯ଼ୋଜନା ଓ ସଂଯ଼ୋଜନା ବିଭାଗ, ଓଡିଶା ସରକାରଙ୍କ ଦ୍ୱାରା ସମର୍ପଣ ତଥା ନ୍ୟସ୍ତ କରାଯ଼ାଇଥିବା ଅନ୍ୟାନ୍ୟ ସମସ୍ତ କାର୍ଯ଼୍ୟକୁ ସୁଚାରୁରୂପେ ତୁଲାଇବା ।
ଜିଲ୍ଲା ଯ଼ୋଜନା କମିଟି
ଜିଲ୍ଲା ଯ଼ୋଜନା କମିଟି ଗୋଟି ସାମ୍ୱିଧାନିକ ଖଣ୍ତପିଠ ଅଟେ । ଏହି ଖଣ୍ତପିଠ ବ୍ୟାପକ ଜିଲ୍ଲା ଯ଼ୋଜନାକୁ ଅନୁମୋଦନ ପ୍ରଦାନ କରିଥାଏ । ଏହି ଖଣ୍ଡପିଠ ୨୦ ଜଣ ସଭ୍ୟଙ୍କୁ ନେଇ ଗଠିତ ଯ଼େଉଁଥିରେ ଜିଲ୍ଲାପରିଷଦ ଓ ପୌରପାଳିକାର ୧୬ ଜଣ ନିର୍ବାଚିତ ସଭ୍ୟ ଅନ୍ତର୍ଭୁକ୍ତ । ବାଲିକୁଦା ଏରସମା ବିଧାନସଭା ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଜିଲ୍ଲାଯ଼ୋଜନା କମିଟିର ଅଧ୍ୟକ୍ଷ ଆସନ ଅଳଙ୍କୃତ କରୁଛନ୍ତି । ରାଜ୍ୟ ସରକାରଙ୍କ ଯ଼ୋଜନା ଓ ସଂଯ଼ୋଜନ ବିଭାଗ 2ଜଣ ପ୍ରବୀଣ ସଭ୍ୟଙ୍କୁ ଜିଲ୍ଲା ଯ଼ୋଜନା କମିଟି ପାଇଁ ମନୋନିତ କରିଛନ୍ତି । ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଜିଲ୍ଲା ଯ଼ୋଜନା କମିଟିର ସଭ୍ୟ ସଚିବ ଭାବେ କାର୍ଯ଼୍ୟଭାର ନିର୍ବାହ କରିଥାନ୍ତି ।
ଓଡିଶା ରାଜ୍ୟ ସରକାର ତାଙ୍କର ପତ୍ର ସଂଖ୍ୟା ୧୨୧୭ତା ୨୭.୦୧.୨୦୧୬ ଅନୁଯ଼ାୟୀ ବାଲିକୁଦା ଏରସମା ବିଧାନସଭା ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀଯ଼ୁକ୍ତ ପ୍ରଶାନ୍ତ କୁମାର ମୁଦୁଲିଙ୍କୁ ଜଗତସିଂହପୁର ଜିଲ୍ଲା ଯ଼ୋଜନା କମିଟିର ଅଧ୍ୟକ୍ଷଭାବେ ମନୋନିତ କରିଛନ୍ତି ।
ବ୍ୟାପକ ଜିଲ୍ଲା ଯ଼ୋଜନା
ବ୍ୟାପକ ଜିଲ୍ଲାଯ଼ୋଜନା ୨୦୧୭-୧୮ର ପ୍ରସ୍ତୁତି ପାଇଁ ଜିଲ୍ଲାଯ଼ୋଜନା ଓ ପର୍ଯ଼୍ୟାଲୋଚନା କାର୍ଯ଼୍ୟାଳୟ ସମସ୍ତ ପଦକ୍ଷେପ ଗ୍ରହଣ କରିସାରିଛି । ବ୍ଲକ୍ ସ୍ତରୀୟ କର୍ମଶାଳା ତଥା ସମୀକ୍ଷା ବୈଠକ ୨୩.୧୦.୨୦୧୭ ରିଖରେ ବାଲିକୁଦା ବ୍ଲକ୍ କାର୍ଯ଼୍ୟାଳୟର ଅନୁଷ୍ଠିତ ହୋଇଥିଲା ଏବଂ ସେହି ବୈଠକରେ ୪୭ ଗୋଟି ଜିଲ୍ଲା ସେକ୍ଟର ସ୍କିମ୍ ଉପରେ ବିଷଦ ଆଲୋଚନା କରାଯ଼ାଇଥିଲା । ଜିଲ୍ଲା ଯ଼ୋଜନା କମିଟିର ବୈଠକ ତା ୧୮.୦୮.୨୦୧୭ ରିଖରେ ସଦ୍ ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଥିଲା ଏବଂ ସେଠାରେ ୨୦୧୭-୧୮ ର ବ୍ୟାପକ ଜିଲ୍ଲା ଯ଼ୋଜନା ଅନୁମୋଦନ ଲାଭ କରିଥିଲା । ୨୦୧୭-୧୮ ବର୍ଷ ପାଇଁ ଜଗତସିଂହପୁର ଜିଲ୍ଲା ଯ଼ୋଜନାର ପ୍ରସ୍ତାବିତ ଅଟ୍ଟକଳ ଟ. ୩୮୭୨୦.୮୭ ଧାର୍ଯ଼୍ୟ କରାଯ଼ାଇଥାଏ । ଯ଼ାହାର ସାରଶଂ ନିମ୍ନରେ ବର୍ଣ୍ଣତ ।
ଜଗତସିଂହପୁର ଜିଲ୍ଲାର 2017-18 ବର୍ଷ ପାଇଁ ବର୍ଷିକ ଯ଼ୋଜନାର ବଣ୍ଟନ
କ୍ରମିକ ନଂ | ସେକ୍ଟରର ନାମ | ବର୍ଷିକ ଯ଼ୋଜନା ୨୦୧୭-୧୮ ପ୍ରସ୍ତାବିତ ଅଟ୍ଟକଳ (ଟଙ୍କା ଲକ୍ଷରେ) |
---|---|---|
୧. | କୃଷି | ୬୯୧.୪୦ |
୨. | ସମବାୟ | ୨୦୦.୦୦ |
୩. | ଶକ୍ତି | ୪୬୧୪.୦୦ |
୪. | ମସ୍ଶ୍ଚ୍ୟ ଓ ପଶୁପାଳନ | ୧୧.୬୫ |
୫. | ଜଙ୍ଗଲ ଓ ପରିବେଶ | ୬.୦୦ |
୬. | ସ୍ୱାସ୍ଥ ଓ ପରିବାର କଲ୍ୟାଣ | ୩୩.୪୨ |
୭. | ବାସସ୍ଥାନସମୂହ ଓ ପୌର ଉନ୍ନୟନ | ୭୨୭.୦୦ |
୮. | ହାଣ୍ଡ୍ ଲୁମ୍, ଟେକ୍ସଟାଇଲ୍ ଆଣ୍ଡ୍ ହାଣ୍ଡିକ୍ରାପ୍ଟ୍ | ୫୮.୯୪ |
୯. | ଅଣୂ , କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ | ୯୦.୪୫ |
୧୦. | ଯ଼ୋଜନା ଓ ସଞ୍ଜୋଯନ | ୬୦୦.୦୦ |
୧୧. | ପଞ୍ଚାୟତରାଜ | ୨୭୬୪.୯୦ |
୧୨. | ଗ୍ରାମୀଣ ଉନ୍ନୟନ | ୧୫୩୩୬.୧୯ |
୧୩. | କ୍ରୀଡା ଓ ଯୁବସେବା | ୪୦.୦୦ |
୧୪. | ଅନୁସୁଚିତ ଜାତି ଓ ଜନଜାତି ଉନ୍ନୟନ | ୨୫.୦୦ |
୧୫. | ମହିଳା ଓ ଶିଶୁ ବିକାଶ | ୭୩୫୦.୭୧ |
୧୬. | ପୂର୍ତ୍ତ | ୪୨୭୧.୨୧ |
୧୭. | ଜଳସମ୍ପଦ | ୧୯୦୦.୦୦ |
ମୋଟ | ୩୮୭୨୦.୮୭ |
ସାଂସଦ ସ୍ଥାନୀୟ କ୍ଷେତ୍ର ଉନ୍ନୟନ ସ୍କିମ୍
ଉପରୋକ୍ତ ସ୍କିମଟି ସର୍ବପ୍ରଥମେ ଭାରତର ପୁର୍ବତନ ପ୍ରଧାନ ମନ୍ତ୍ରୀ ଶ୍ରୀଯ଼ୁକ୍ତ ନରସିଂହ ରାଓଙ୍କ ଦ୍ୱାରା୨୩ ଡିସେମ୍ୱର ୧୯୯୩ ମସିହାରେ ଆରମ୍ଭ କରାଯ଼ାଇଥିଲା । ଏହି ସ୍କିମ୍ ର ମୂଳ ଲକ୍ଷ୍ୟ ମାନ୍ୟବର ସାଂସଦ ମାନେ ସେମାନଙ୍କର ଅଞ୍ଚଳରେ ଉନ୍ନୟନ ମୂଳକ କାର୍ଯ଼୍ୟସଂପାଦନ ପାଇଁ ସ୍ଥାୟୀ ଗୋଷ୍ଠି ଅସ୍ତି ନିର୍ମାଣ କରିବା ପାଇଁ ଉପରୋକ୍ତ ପାଣ୍ଠିରୁ ସଦୁପଯ଼ୋଗ କରିପାରିବେ । ଯ଼େଉଁ ଆସ୍ତିଗୁଡିକ ନିର୍ମାଣ ହେବ ସେଗୁଡିକ ସ୍ଥାନୀୟ ଜନସାଧାରଣଙ୍କର ଉପକାରରେ ଆସିବା ଦରକାର । ପ୍ରଥମ ଅବସ୍ଥାରେ ଏହି ସ୍କିମ୍ ପ୍ରତ୍ୟେକ ମାନ୍ୟବର ସାଂସଦଙ୍କ ପାଇଁ ଟ.୫.00 ଲକ୍ଷରେ ଆରମ୍ଭ ହୋଇଥିଲା । ଏହି ରାଶିକୁ ୧୯୯୮-୯୯ ବର୍ଷରେ ଟ.୨.00 କୋଟିକୁ ବର୍ଦ୍ଧିତ କରାଯ଼ାଇଥିଲା । ପୁନର୍ବାର ୨୦୧୧ ମସିହାରେ ଏହିରାଶିକୁ ଟ.୫.00 କୋଟିକୁ ବଢାଇ ଦିଆଯ଼ାଇଥିଲା ।
ସାଧାରଣତଃ ସାଂସଦ ଉନ୍ନୟନ ସ୍କିମ୍ ରେ ପାନୀୟଜଳ ଯ଼ୋଗଣ, ପ୍ରାଥମିକ ଶିକ୍ଷା, ଜନସାଧାରଣ ସ୍ୱାସ୍ଥ, ପରିମଳ ଓ ସ୍ୱଚ୍ଛତା ଏବଂ ରାସ୍ତାଘାଟ ନିର୍ମାଣକୁ ଅଗ୍ରାଧିକାର ଦିଆଯ଼ାଇଥାଏ । ସାଂସଦ ଉନ୍ନୟନ ସ୍କିମ୍ ର ମାର୍ଗଦର୍ଶିକା ଆନୁଯ଼ାୟୀ ଉକ୍ତରାଶିର ଶତକଡା ୧୫ ଭାଗ ହରିଜନ ବାସ କରୁଥିବା ଅଞ୍ଚଳରେ ଓ ଶତକଡା ୭.୫ଭାଗ ଆଦିବାସୀ ବାସ କରୁଥିବା ଅଞ୍ଚଳରେ ଖର୍ଚ୍ଚ ହେବାର ନୀତି ନିର୍ଦ୍ଧାରଣ କରାଯ଼ାଇଅଛି । ଲୋକ ସଭାର ସାଂସଦମାନେ ବାର୍ଷିକ ଟ.୧0.00 ଲକ୍ଷ ପର୍ଯ଼୍ୟନ୍ତ ସେମାନଙ୍କର ନିର୍ବାଚନ ମଣ୍ଡଳୀ ବାହାରକୁ ଉନ୍ନୟନ ମୂଳକ କାର୍ୟ ପାଇଁ ସୁପାରିଶ୍ କରିପାରିବେ । ଭୟଙ୍କର ପ୍ରାକୃତିକ ଦୁର୍ବିପାକ ଯ଼ଥା ବନ୍ୟା, ବାତ୍ୟା, ସୁନାମି, ଭୂମିକମ୍ପ ପ୍ରଭାଭିତ ଅଞ୍ଚଳକୁ ସାଂସଦମାନେ ବାର୍ଷିକ ଟ.୫0.00 ଲକ୍ଷ୍ୟ ପର୍ଯ଼୍ୟନ୍ତ ସୁପାରିଶ୍ କରିପାରିବେ ।
ପରିସଂଖ୍ୟାନ ଓ କାର୍ଯ଼୍ୟକ୍ରମ କାର୍ଯ଼୍ୟନ୍ୱୟନ ମନ୍ତ୍ରଣାଳୟ, ଭାରତ ସରକାର ଏବଂ ଯ଼ୋଜନା ଓ ସଂଯୋଜନ ବିଭାଗ ଓଡିଶା ରାଜ୍ୟ ସରକାର ମିଳିତ ଭାବରେ ଏହି ସ୍କିମ୍ ଟିକୁ ପରିଚାଳନା କରିଥାନ୍ତି ।
ସାଂସଦ ଉନ୍ନୟନପାଣ୍ଠି ମାର୍ଗଦର୍ଶିକା ଅନୁସାରେ ସାଧାରଣତଃ ଧାର୍ମିକ ଅନୁଷ୍ଠାନ, ଆବର୍ତ୍ତୀଖର୍ଚ୍ଚ, ସରକାରୀ, ବେସରକାରୀ, ତଥା ସମବାୟ କାର୍ଯ଼୍ୟାଳୟ ଅଥବା ଆବାସିକ ଗୃହ ନିର୍ମାଣ, ବାଣିଜ୍ୟକ ପ୍ରତିଷ୍ଠାନ, ମରାମତି, ପୁନରୁଦ୍ଧାର, ରକ୍ଷଣାବେକ୍ଷଣ ଇତ୍ୟାଦି କାର୍ଯ଼୍ୟ ନିଷେଧ କରାଯ଼ାଇଅଛି ।
ବିଧାୟକ ସ୍ଥାନୀୟ କ୍ଷେତ୍ର ଉନ୍ନୟନ ସ୍କିମ୍ ପାଣ୍ଠି
ଯ଼ୋଜନାର ବିକେନ୍ଦ୍ରି କରଣ, ସ୍ଥାନୀୟ ବାସୀନ୍ଦା ତଥା ଲୋକପ୍ରତିନିଧି ମାନଙ୍କର ସିଧାସଳଖ ଯ଼ୋଜନା ପ୍ରକ୍ରିୟାରେ ଅଂଶଗ୍ରହଣକୁ ଆଖି ଆଗରେ ରଖି ଉପରୋକ୍ତ ସ୍କିମ୍ ଟି ଓଡିଶା ରାଜ୍ୟ ସରକାରଙ୍କର ଦ୍ୱାରା ୧୯୯୭-୯୮ ମସିହାରେ ଆରମ୍ଭ କରାଯ଼ାଇଥିଲା । ଏହି ପ୍ରୋଗାମର ପରିଚାଳନା ଦାୟୀତ୍ୱ ଯ଼ୋଜନା ଓ ସଂଯ଼ୋଜନ ବିଭାଗ ଉପରେ ରାଜ୍ୟ ସରକାର ନ୍ୟସ୍ତ କରିଛନ୍ତି । ଉପରୋକ୍ତ ପାଣ୍ଠି ସ୍ଥାନୀୟ ଜନସାଧାରଣଙ୍କର ଆବଶ୍ୟକତାକୁ ଆଖି ଆଗରେ ରଖି ଛୋଟ ଛୋଟ ଅତ୍ୟାବଶ୍ୟକିୟ ପ୍ରକଳ୍ପ ଗୁଡିକ ପାଇଁ କାମରେ ଆସିଥାଏ । ଏହି ସ୍କିମରେ ଅଣଆବର୍ତ୍ତୀ ଉନ୍ନୟନ ମୂଳକ କାର୍ଯ୍ୟ ଯ଼ାହାକି ଭବିଷ୍ୟତ ପିଢି ପାଇଁ ସ୍ଥାୟୀ ଆସ୍ତି ସୃଷ୍ଟି କରିଥାଏ ସେଗୁଡିକୁ କାର୍ଯ଼୍ୟକାରୀ କରିବା ପାଇଁ ଅଗ୍ରାଧିକାର ଦିଆଯ଼ାଏ । ଯ଼େଉଁ ପ୍ରକଳ୍ପ ଗୁଡିକ ସର୍ବସାଧାରଣଙ୍କୁ ସିଧାସଳଖ ଉପକାର ଦେଉଥାଏ ଯ଼ଥା ଗୋଷ୍ଠି କାର୍ଯ଼୍ୟକ୍ରମ, ଉତ୍ପାଦନଶୀଳ କାର୍ଯ଼୍ୟକ୍ରମ ଇତ୍ୟାଦିକୁ ଏହି ସ୍କିମ୍ ରେ ଅନ୍ତର୍ଭୁକ୍ତ କରାଯ଼ାଇଥାଏ । ଅଣଉନ୍ନୟନମୂଳକ କାର୍ଯ଼୍ୟ ଯ଼େଉଁଗୁଡିକ ଭବିଷ୍ୟତରେ ସରକାରଙ୍କ ଉପରେ ବୋଝ ସଦୃଶ ହୋଇଥାଏ ଯ଼େପରିକି କାର୍ଯ଼୍ୟାଳୟ କୋଠା, କର୍ମଚାରୀମାନଙ୍କ ଆବାସିକ ଘର, ସମସ୍ତ ମରାମତି ତଥା ରକ୍ଷଣାବେକ୍ଷଣ ପ୍ରଜାତିର କାର୍ଯ଼୍ୟଗୁଡିକ ବିଧାୟକ କ୍ଷେତ୍ର ଉନ୍ନୟନ ସ୍କିମ୍ ରେ ନିଷେଧ କରାଯ଼ାଇଛି । ଏହି ସ୍କିମ୍ ଟି ଆରମ୍ଭରେ ବର୍ଷକୁ ପ୍ରତି ମାନ୍ୟବର ବିଧାୟକ ନିର୍ବାଚନ ମଣ୍ଡଳୀ ପାଇଁ ଟ.୫.00 ଲକ୍ଷ ଉଦ୍ଧିଷ୍ଟ ଥିବା ବେଳେ ତାହା ବଢିଯ଼ାଇ ୨୦୧୦-୧୧ ମସିହାରେ ଟ. ୧.00 କୋଟିରେ ପହଁଞ୍ଚି ପାରିଛି ।
ସ୍ୱତନ୍ତ୍ର ସମସ୍ୟା ପାଣ୍ଠି
ଓଡିଶା ସରକାରଙ୍କ ଦ୍ୱାରା ଏହି ସ୍କିମ୍ ଟି ୧୯୯୭-୯୮ ମସିହାରେ ଆରମ୍ଭ କରାଯ଼ାଇଥିଲା । ଏହି ସ୍କିମ୍ ର ଅନୁପସ୍ଥିତିରେ କେତେକ ଅଞ୍ଚଳର ଉନ୍ନୟନ ପ୍ରକ୍ରିୟା ଅସମ୍ପୃନ ରହିଯ଼ାଇପାରେ କାରଣ ଏହି ସ୍କିମ୍ ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କର ଆବଶ୍ୟକତା ଅନୁଯ଼ାୟୀ କ୍ଷୁଦ୍ର ତଥା ଅତ୍ୟାବଶ୍ୟକିୟ ପ୍ରକଳ୍ପ ଗୁଡିକୁ ଅଗ୍ରାଧିକାର ଦେଇ କାର୍ଯ଼୍ୟକାରି କରିଥାଏ, ଏହି ସ୍କିମ୍ କେତେଗୁଡିଏ ଗୁରୁତ୍ୱ ପୁର୍ଣ୍ଣ ସାମାଜିକ ଭିତ୍ତି ପ୍ରକଳ୍ପ ତଥା ଅନ୍ୟାନ୍ୟ ଗୋଷ୍ଠି ଉନ୍ନୟନ ତଥା ଜନ କଲ୍ୟାଣକାରୀ ପ୍ରକଳ୍ପ ଗୁଡିକ ମଧ୍ୟରେ ହଜି ଯ଼ାଇଥିବା ସଂଯ଼ୋଗର ସେତୁ ହିସାବରେ କାମ କରେ । ଏହି ସ୍କିମ୍ ରେ ମାନ୍ୟବର ମନ୍ତ୍ରୀ ଅନ୍ୟାନ୍ୟଲୋକ ପ୍ରତିନିଧି, ସରକାରୀ ବରିଷ୍ଠ ଅଧିକାରୀ ବୃନ୍ଦ, ଜିଲ୍ଲାପାଳ ମାନେ ବିଭିନ୍ନ ପ୍ରକଳ୍ପର କାର୍ଯ଼୍ୟକାରିତା ପାଇଁ ସୁପାରିସ୍ କରିପାରିବେ, ସେମାନଙ୍କର କ୍ଷେତ୍ର ପରିଦର୍ଶନର ଅନୁଭୁତି ଆଧାରରେ ।
ସାଧାରଣତଃ ଉନ୍ନୟନମୂଳକ କାର୍ଯ଼୍ୟ ଯ଼ାହାର ଆବର୍ତ୍ତୀ ଅର୍ଥ ନାହିଁ, ଗୋଷ୍ଠି ଉନ୍ନୟନ ଆସ୍ତି, ପୁରାତନ କୀର୍ତ୍ତିରାଶି ତଥା ଧାର୍ମିକ ପିଠର ସଂରକ୍ଷଣ ଓ ପୁନଃରୁଦ୍ଧାର ଇତ୍ୟାଦି ଏହି ସ୍କିମ୍ ର ପରିସର ଭୁକ୍ତ ।
ଅଣଉନ୍ନୟନମୂଳକ କାର୍ଯ୍ୟ କିମ୍ୱା ଯ଼େଉଁ କାର୍ଯ଼୍ୟ ଭବିଷ୍ୟତରେ ସରକାରଙ୍କର ଦାୟୀତ୍ୱ ବଢାଇଥାଏ କିମ୍ୱା ବ୍ୟକ୍ତ ବିଶେଶଙ୍କୁ ଉପକାର ଦେଇଥାଏ କିମ୍ୱା ଧାର୍ମିକ ପିଠର ନିର୍ମାଣ କାର୍ଯ଼୍ୟ ଇତ୍ୟାଦି ଏହି ସ୍କିମ୍ ରେ ନିଷେଧ କରାଯ଼ାଇଥାଏ ।
ସ୍ୱତନ୍ତ୍ର ଉନ୍ନୟନ କାର୍ଯ଼୍ୟକ୍ରମ
ଓଡିଶା ରାଜ୍ୟ ସରକାର ଏହି କାର୍ଯ଼୍ୟକ୍ରମଟିକୁ ୨୦୧୨-୧୩ ଆର୍ଥିକ ବର୍ଷରେ ଆରମ୍ଭ କରିଥିଲେ, ଯ଼େଉଁଥିରେ ପ୍ରତ୍ୟେକ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଟ.୫୦.୦୦ ଲକ୍ଷରେ ଆର୍ଥିକ ଅନୁଦାନର ବ୍ୟବସ୍ଥା କରିଥିଲେ । ଏହି କାର୍ଯ଼୍ୟକ୍ରମର ଉଦ୍ଦେଶ୍ୟ ହେଲା ଭିତ୍ତିସଂରଚନା ଉନ୍ନୟନ ପ୍ରକଳ୍ପ ଗୁଡିକର କାର୍ଯ଼୍ୟକାରିତା କରିବା । ଏହି କାର୍ଯ଼୍ୟକ୍ରମର ପରିସରରେ ନଳା ପୋଲ, କାଜ, କ୍ଷୁଦ୍ର ସେତୁ, ଗତିରୋଧ ବନ୍ଧ, ଗ୍ରାମ୍ୟ ଓ ସହରାଞ୍ଚଳ ରାସ୍ତା, ଅଙ୍ଗନବାଡି କେନ୍ଦ୍ର, ପାନୀୟ ଜଳ ଯ଼ୋଗାଣ ପ୍ରକଳ୍ପ ଏବଂ ଅନ୍ୟାନ୍ୟ ସଂକଟମୟ ଭିତ୍ତି ସଂରଚନା ପ୍ରକଳ୍ପମାନ ଆସୁଅଛି, ଯ଼ାହାକି ସ୍ଥାନୀୟ ଲୋକମାନଙ୍କର ଆବଶ୍ୟକତା କୁ ସଠିକରୂପେ ପୂରଣ କରି ପାରୁଛି । ଜଳସେଚନ ପ୍ରକଳ୍ପ ତଥା ଜଳ ନିବାସ ଓ ବନ୍ୟା ସୁରକ୍ଷା, ପିଚୁରସ୍ତା, ସିମେଣ୍ଟ କଂକ୍ରିଟ୍ ରାସ୍ତା, ପୋଲ, ସ୍ୱୟଂ ସହାୟୀକା ଗୋଷ୍ଠି କୋଠା ନିର୍ମାଣ, ଗୋଷ୍ଠି କେନ୍ଦ୍ର, ଅସମ୍ପୁର୍ଣ୍ଣ ବ୍ଲକ୍ ଗ୍ରାଣ୍ଟ ବିଦ୍ୟାଳୟର ସମ୍ପୁର୍ଣ୍ଣ କରଣ ତଥା ଏହାର ସୀମା ପ୍ରାଚୀର ନିର୍ମାଣ ଇତ୍ୟାଦି କାର୍ଯ଼୍ୟ ଗୁଡିକ ଏହି ସ୍କିମ୍ ରେ କରାଯ଼ାଇପାରିବ । ପ୍ରତ୍ୟେକ ପ୍ରକଳ୍ପ ସର୍ବନିମ୍ନ ମୂଲ୍ୟ ଟ.୫.00 ଲକ୍ଷ ଅଟେ ମାତ୍ର, ସ୍ଥଳ ବିଷେଶରେ ଛୋଟ ଭିତ୍ତି ପ୍ରକଳ୍ପ ଗୁଡିକ ଟ.5.00 ଲକ୍ଷଠାରୁ କମ୍ ମୂଲ୍ୟରେ କାର୍ଯ଼୍ୟକାରୀ କରାଯ଼ାଇ ପାରିବ ।
ସଙ୍କଟମୟ ଫାଙ୍କ ପାଣ୍ଠି
ରାଜ୍ୟ ସରକାରଙ୍କ ଦ୍ୱାରା ଏହି ସ୍କିମ୍ ୨୦୧୬-୧୭ ରେ ଆରମ୍ଭ କରାଯ଼ାଛି । ଏହି ସ୍କିମ୍ ର ମୂଳ ଲକ୍ଷ୍ୟ ହେଲା ମୌଳିକ ଗ୍ରାମ୍ୟ ଭିତ୍ତି ସଂରଜନା ପ୍ରକଳ୍ପ ଯ଼ଥା ସ୍ୱାସ୍ଥ୍ୟ, ପାନୀୟଜଳ ଯ଼ୋଗାଣ ଇତ୍ୟାଦିକୁ କାର୍ଯ଼୍ୟକାରୀ କରିବା ।
ପରିସଂଖ୍ୟାନ ପାର୍ଶ୍ୱଭାଗ
- ପରିସଂଖ୍ୟାନ ପାର୍ଶ୍ୱଭାଗ, ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟ ଜଗତସିଂହପୁରଙ୍କ ନିଜସ୍ୱ ଭବନରେ କାର୍ଯ୍ୟ କରୁଅଛି । ଉପନିର୍ଦ୍ଦେଶକ, ଯୋଜନା ଓ ପରିସଂଖ୍ୟାନ ଏହାର ମୁଖ୍ୟଭାବେ କାର୍ଯ୍ୟ ସମ୍ପାଦନ କରନ୍ତି ଏବଂ ତାଙ୍କ ଅଧିନରେ କେତେଜଣ ବୈଷୟିକ କର୍ମଚାରୀ ଓ ଅମଲା କାର୍ଯ୍ୟ କରିଥାନ୍ତି । ଏତଦ୍ ବ୍ୟତୀତ ଏହି ଭାଗରେ ୧୩ଜଣ ପରିସଂଖ୍ୟାନ କ୍ଷେତ୍ର କର୍ମଚାରୀ ଓ ଜଣେ କ୍ଷେତ୍ର ପରିଦର୍ଶନ କାର୍ଯ୍ୟ କରିଥାନ୍ତି ।
କାର୍ଯ୍ୟ/ଯୋଜନା ତାଲିକା
କୃଷି ପରିସଂଖ୍ୟାନ ଅଟକଳ ନିମନ୍ତେ ଯୋଜନା
ଏହି ଯୋଜନା ‘ଏରାଶ’ ନାମରେ ନାମିତ । ବିଜ୍ଞାନ ସମ୍ମତ ନମୁନା ସର୍ବେକ୍ଷଣ ମାଧ୍ୟମରେ ପଞ୍ଚାୟତ ସମିତି (Block)ସ୍ତରରେ ଧାନର ତଥା ଜିଲ୍ଲା ସ୍ତରରେ ଅନ୍ୟ ୧୩ ଗୋଟି ଗୌଣ ଫସଲର ନିର୍ଭର ଯୋଗ୍ୟ ତଥ୍ୟ ପ୍ରସ୍ତୁତ କରିବା ଏହି ଯୋଜନାର ଲକ୍ଷ୍ୟ । ଏଥିପାଇଁ ପଞ୍ଚାୟତ ସମିତିକୁ ସ୍ତର (Stratum) ରୂପେ ଏବଂ ରାଜସ୍ୱଗ୍ରାମକୁ ନମୁନା ଏକକ ରୂପେ ଗ୍ରହଣ କରାଯାଇଥାଏ । ଏକ ପାଞ୍ଚବର୍ଷର ସମୟ ଅବଧି ମଧ୍ୟରେ ରାଜ୍ୟର ସମସ୍ତ ଗ୍ରାମକୁ ସର୍ବେକ୍ଷଣ ଅନ୍ତର୍ଭୁକ୍ତ କରିବା ଉଦ୍ଦେଶ୍ୟ ନେଇ ସରଳ ଯଦୃଚ୍ଛା ନମୁନା ପଦ୍ଧତିରେ ସର୍ବେକ୍ଷଣ କାର୍ଯ୍ୟ କରାଯାଇଥାଏ । ଏହି ସର୍ବେକ୍ଷଣରେ ବିଭିନ୍ନ ଫସଲ ଯଥା- ଧାନ, ମକା, ଗହମ, ମାଣ୍ଡିଆ, ମୁଗ, ବିରି, କୋଳଥ, ସୋରିଷ, ଆଖୁ, ଚିନାବାଦାମ, ଆଳୁ, ରାଶି, ଝୋଟ ଓ ଅଳସି ଫସଲ ଗୁଡିତକ ସର୍ବେକ୍ଷଣ କରାଯାଏ । ପ୍ରତି କୃଷିବର୍ଷରେ ୨୦% (କୋଡିଏ ଶତାଂଶ) ରାଜସ୍ୱ ଗ୍ରାମମାନଙ୍କର କିଆରି କିଆରୀ ବୁଲି ଫସଲ ଗୁଡିକ ସର୍ବେକ୍ଷଣ କରାଯାଏ । ପରିସଂଖ୍ୟାନ କ୍ଷେତ୍ର କର୍ମଚାରୀ ମାନେ ସର୍ବେକ୍ଷଣ କାର୍ଯ୍ୟ ସଂପାଦନ କରିଥାନ୍ତି ଏବଂ ଏହି ସଂଗୃହିତ ତଥ୍ୟ ସାହାର୍ଯ୍ୟରେ ଉପରୋକ୍ତ ୧୪ ଗୋଟି ଫସଲର ଉତ୍ପାଦନର ହାର ଓ ଉତ୍ପାଦନର ଅଟକଳ ପ୍ରସ୍ତୁତି କରାଯାଇଥାଏ ।
ଫସଲ ପରିସଂଖ୍ୟାନର ଉତ୍କର୍ଷ ସାଧନ (Improvement of crop Satiating)
ଏରାଶ ଯୋଜନାରେ ସଂଗ୍ରହ କରାଯାଉଥିବା ବିଭିନ୍ନ ଫସଲ ପରିସଂଖ୍ୟାନ ସମ୍ୱନ୍ଧୀୟ ପ୍ରାଥମିକ ତଥ୍ୟର ଗୁଣାତ୍ମକ ମାନର ଅଭିବୃଦ୍ଧି ସାଧନ କରିବା ଏହି ଯୋଜନାର ଲକ୍ଷ୍ୟ । ଏହି ଯୋଜନା ଏରାଶର ବାର୍ଷିକ ମୂଳ ନମୁନାର ଏକ ଉପନମୁନା ଉପରେ କାର୍ଯ୍ୟକାରୀ ହୋଇଥାଏ । ଏଥିରେ ଜମି ବିନିଯୋଗ ତଥ୍ୟ ତଥା ଫସଲକାଟ ପରିଷଣକୁ ଯୋଜନାରେ ସାମିଲ କରାଯାଇଅଛି । ଯୋଜନାଟି ଜାତୀୟ ନମୁନା ସର୍ବେକ୍ଷଣ କର୍ତ୍ତୁପକ୍ଷ ସଂସ୍ଥା, ଭାରତସରକାର ଓ ରାଜ୍ୟ କୃଷି ପରିସଂଖ୍ୟାନ କର୍ତ୍ତୁପକ୍ଷଙ୍କ ଦ୍ୱାରା ପୃଥକ ପୃଥକ ଭାବେ ନିର୍ମିତ ନମୁନା ଗ୍ରାମରେ କରାଯାଇଥାଏ ।ଯୋଜନାର ଲକ୍ଷ୍ୟ ଗୁଡିକ ନିମ୍ନରେ ପ୍ରଦାନ କରାଗଲା
- ଧାରଣାତ୍ମକ ଧର୍ମ ନିର୍ଣ୍ଣୟ କରିବା ।
- ସର୍ଭେ ନମ୍ୱର ଗୁଡିକର ଭ୍ରମାତ୍ମକ ଚିହ୍ନଗୁଡିକୁ ଅନୁସଂଧାନ କରିବା
- ଜମି ବିନିଯୋଗର ଭ୍ରମାତ୍ମକ ଲିଖନକୁ ଅନୁସଂଧାନ କରିବା
- ଭ୍ରମାତ୍ମକ କ୍ଷେତ୍ରଫଳ ମାପକୁ ଅନୁସଂଧାନ କରିବା
ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା(PMFBY)
ପୂର୍ବରୁ ପ୍ରଚ଼ଳିତଥିବା ରାଷ୍ଟ୍ରିୟ କୃଷି ବୀମା ଯୋଜନା, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ନାମରେ ନାମିତ ହୋଇଅଛି । ଧାନ, ଆଳୁ, ବାଦାମ ଓ ଅନ୍ୟ କେତୋଟି ଫସଲ ବୀମା ପ୍ରଦାନ ଉଦ୍ଦେଶ୍ୟରେ ଏହି ଯୋଜନା କାର୍ଯ୍ୟକାରୀ ହେଇଅଛି । ଧାନ ଫସଲ ପାଇଁ ଗ୍ରାମ ପଞ୍ଚାୟତକୁ ବୀମା ଏକକ ରୂପେ ଗ୍ରହଣ କରାଯାଇଛି ଓ ‘ଏରାଶ’ ପ୍ରଣାଳୀ ଅନୁସାରେ ଧାନ ଫସଲର ଗ୍ରାମ ପଞ୍ଚାୟତ ସ୍ତରରେ ଉତ୍ପାଦନ ହାରର ଅଟକଳ ପ୍ରସ୍ତୁତ କରାଯାଇଥାଏ । ଓଡିଶା ସରକାରଙ୍କର ନିଷ୍ପତି ଅନୁସାରେ ଜିଲ୍ଲା ଯୋଜନା ସର୍ବେକ୍ଷଣ କାର୍ଯ୍ୟାଳୟର କ୍ଷେତ୍ରୀୟ କର୍ମଚ଼ାରୀ (SFS) , ରାଜସ୍ୱ ବିଭାଗର ରାଜସ୍ୱ ନିରୀକ୍ଷକ (R.I) ଏବଂ କୃଷିବିଭାଗର ଗ୍ରାମ୍ୟ କୃଷି ସେବକ (VAW) ଚିହ୍ନିତ ଗ୍ରାମପଞ୍ଚାୟତ ମାନଙ୍କରେ ଏରାଶ ପ୍ରଣାଳୀ ଅନୁସାରେ ଚାରିଗୋଟି ଧାନ ଶସ୍ୟକାଟ କରିଥାନ୍ତି । ଏହି ତଥ୍ୟକୁ ନେଇ ଗ୍ରାମପଞ୍ଚାୟତ ସ୍ତରରେ ଧାନର ଉତ୍ପାଦନହାର ରାଜ୍ୟ ସ୍ତରରେ ପ୍ରସ୍ତୁତି କରାଯାଇଥାଏ । ୨୦୧୬-୧୭କୃଷିବର୍ଷଠାରୁ ଭାରତ ସରକାରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ମୋବାଇଲ ଆପ୍ ଦ୍ୱାରା ଶସ୍ୟ ପରିକ୍ଷିତ ତଥ୍ୟ ସଂଯୋଗ କରାଯାଉଅଛି । ଜିଲ୍ଲା ସ୍ତରରେ ଉପ-ନିର୍ଦ୍ଦେଶକ, ଯୋଜନା ଓ ପରିସଂଖ୍ୟାନ ଉପରୋକ୍ତ ତିନିବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରିଥାନ୍ତି ।
କୃଷି ଶ୍ରମିକ ଓ ମଜୁରୀ ସମ୍ୱନ୍ଧୀୟ ପରିସଂଖ୍ୟନ(Agriculture labour wages)
ଏହି ଯୋଜନା ଅଧିନରେ କୃଷି ଶ୍ରମିକର ମଜୁରୀ ତଥା କୃଷିରେ ଉପଯୋଗ ହେଉଥିବା କେତେକ ଦ୍ରବ୍ୟ ଓ ପଦାର୍ଥର ମୂଲ୍ୟ ସଂଗ୍ରହ କରାଯାଇଥାଏ । ଆମ ଜିଲ୍ଲାରେ ଗ୍ରାମଞ୍ଚଳ ପାଇଁ ମାଛଗାଁ ଓ ରଘୁନାଥପୁର ତଥା ସହରାଞ୍ଚଳ ପାଇଁ ଜଗତସିଂହପୁର ରୁ ତଥ୍ୟ ସଂଗ୍ରହ କରାଯାଉଅଛି । ସଂଗୃହୀତ ତଥ୍ୟର ଯାଞ୍ଚ ପରେ ଏହା ନିର୍ଦ୍ଦେଶକ, ଅର୍ଥନୀତି ଓ ପରିସଂଖ୍ୟାନ ଓଡ଼ିଶା ଭୁବନେଶ୍ୱରକୁ ପଠା ଯାଇଥାଏ । ଏହି ତଥ୍ୟକୁ ଆଧାର କରି ସୂଚ୍ୟାଙ୍କ (Agriculture Index) ପ୍ରସ୍ତୁତ କରାଯାଇଥାଏ । ଯାହା ଫଳରେ କୃଷି କ୍ଷେତ୍ରରେ ସଂଗଠିତ ପରିବର୍ତ୍ତନକୁ ଅଧ୍ୟୟନ କରିବାରେ ସହାୟକ ହୁଏ ।
ଜାତୀୟ ନମୁନା ସର୍ବେକ୍ଷଣ(N.S.S)
ବିଭିନ୍ନ ପ୍ରକାର ସର୍ବେକ୍ଷଣ କରି ଫଳାଫଳ ଉପସ୍ଥାପନ କରିବା ଏହି ଯୋଜନାର ମୌଳିକ ଲକ୍ଷ୍ୟ । ଏଥିରେ ରାଜ୍ୟସରକାର ଓ କେନ୍ଦ୍ର ସରକାର ଅନୁରୂପ ନମୁନାରେ କାର୍ଯ୍ୟ କରିଥାନ୍ତି । ପ୍ରତିବର୍ଷ ଭାରତ ସରକାର ଏହି ସର୍ବେକ୍ଷଣର ବାର୍ଷିକ ଉଦ୍ଦେଶ୍ୟ ନିର୍ଣ୍ଣୟ କରିଥାନ୍ତି । ବାର୍ଷିକ ଅନୁଷ୍ଠିତ ହେଉଥିବା ସର୍ଭେକୁ ରାଉଣ୍ଡ (Round) ବୋଲି କୁହାଯାଏ । ଏହା ୧୯୫୦ ମସିହାଠାରୁ ନିରବଚ୍ଛିନ୍ନ ଭାବେ କାର୍ଯ୍ୟକାରୀ ହୋଇ ଆସୁଅଛି । ରାଜ୍ୟନମୁନା ଜିଲ୍ଲାୱାରୀ ବଣ୍ଟନ କରାଯାଇଥାଏ ଏବଂ ଜିଲ୍ଲା ଓ ପର୍ଯ୍ୟବେକ୍ଷଣ କେନ୍ଦ୍ରରେ କାର୍ଯ୍ୟ କରୁଥିବା ଜାତୀୟ ନମୁନା ସର୍ବେକ୍ଷଣ ଅନୁସନ୍ଧାନକାରୀ ଏହି ଯୋଜନାର କ୍ଷେତ୍ରୀୟ କାର୍ଯ୍ୟ ସମ୍ପାଦନ କରିଥାନ୍ତି । ତାଙ୍କ କାର୍ଯ୍ୟକୁ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟ ଅନ୍ୟାନ ସୁପରଭାଇଜର ପରିଦର୍ଶନ କରିଥାନ୍ତି । ସଂଗୃହୀତ ତଥ୍ୟକୁ ନେଇ ରାଜ୍ୟସ୍ତରରେ ବିଶ୍ଳେଷଣାତ୍ମକ ରିପୋର୍ଟ ପ୍ରସ୍ତୁତ କରାଯାଏ । ଯାହାକି ରାଜ୍ୟ ସରକାରଙ୍କୁ ତତ୍ ସମ୍ବନ୍ଧୀୟ କ୍ଷେତ୍ରୀୟ ଚିତ୍ର ପ୍ରଦାନ କରିଥାଏ । ଏହି ରିପୋର୍ଟ ଅନୁସାରେ ସରକାର ଆବଶ୍ୟକୀୟ କାର୍ଯ୍ୟକ୍ରମ ଗ୍ରହଣ କରିଥାନ୍ତି ।
ମୂଲ୍ୟ ନିର୍ଦ୍ଧାରଣ ପରିସଂଖ୍ୟାନ କାର୍ଯ୍ୟକ୍ରମ (Price)
ଏହି ଯୋଜନା ଅଧିନରେ କୃଷି ଓ ଅଣକୃଷି ଭିତ୍ତିକ କେତେକ ଦ୍ରବ୍ୟର ପାଇକାରୀ ମୂଲ୍ୟ, କେତେକ ଅତ୍ୟାବଶ୍ୟକ ଦ୍ରବ୍ୟର ଖୁଚୁରା ମୂଲ୍ୟ, କେତୋଟି ସ୍ଥିରୀକୃତ ଦ୍ରବ୍ୟର ପ୍ରାଥମିକ ବଜାର ସ୍ତରୀୟ ଉତ୍ପାଦନ ମୂଲ୍ୟ ତଥା ଅନ୍ୟ କେତୋଟି ସ୍ତିରୀକୃତ ଦ୍ରବ୍ୟର ଋତୁକାଳୀନ ମୂଲ୍ୟ ସଂଗ୍ରହ କରାଯାଇଥାଏ । ଏହି ତଥ୍ୟ ମାଛଗାଁ, ରଘୁନାଥପୁର ଓ ଜଗତସିଂହପୁର ବଜାରରୁ ସଂଗ୍ରହ କରାଯାଇଥାଏ । ବିଧିବଧ ତନଖି ଓ ଯାଞ୍ଚ ପରେ ଏହି ତଥ୍ୟକୁ ନିର୍ଦ୍ଦେଶକ, ଅର୍ଥନୀତି ଓ ପରିସଂଖ୍ୟକ ଓଡିଶା ସରକାର, ଭୂବନେଶ୍ୱରଙ୍କ ନିକଟରେ ପଇଠ କରାଯାଇଥାଏ । ଏହି ତଥ୍ୟ ବିଭିନ୍ନ ପ୍ରକାର ଅର୍ଥନୈତିକ ଅଟକଳ ଓ ଅବଗଣନା ତଥା ମୂଲ୍ୟ ପରିବର୍ତ୍ତନ ଅଧ୍ୟୟନରେ ବ୍ୟବହୃତ ହୋଇଥାଏ ।
କର୍ମଚାରି ଗଣନା (Census of employees)
ଗଣନା (ସେନସସ୍) ପ୍ରଣାଳୀ ମାଧ୍ୟମରେ ରାଜ୍ୟ ସରକାରଙ୍କର କର୍ମଚାରୀ ତଥା ସେମାନଙ୍କର ସମ୍ବନ୍ଧୀୟ କିଛି ତଥ୍ୟ ଏହି ଯ଼ୋଜନାରେ ସଂଗ୍ରହ କରାଯ଼ାଇଥାଏ । ଏହି ଯ଼ୋଜନାର ତଥ୍ୟ ରାଜ୍ୟରେ ଅବସ୍ଥିତ ସମସ୍ତ ସରକାରୀ କାର୍ଯ଼୍ୟାଳୟ, ସରକାରୀ ନିୟନ୍ତ୍ରଣାଧିନ ସଂସ୍ଥା ବିଜ୍ଞାପିତ ପରିଷଦ, ପୌର ପରିଷଦ ଓ ରାଷ୍ଟ୍ରାୟତ ସଂସ୍ଥାମାନଙ୍କରୁ ସଂଗ୍ରହ କରାଯ଼ାଏ । ଏହି ଯ଼ୋଜନାର ପ୍ରଶ୍ନ ଗୁଡିକ ଡାକ ଯ଼ୋଗେ ଅଧିକାରୀ ମାନଙ୍କୁ ଯ଼ୋଗାଇ ଦିଆଯ଼ାଏ ଓ ସେମାନେ ନିର୍ଦ୍ଧାରିତ ଅନୂସୁଚୀରେ ସେମାନଙ୍କର ଅନୁଷ୍ଠାନର ତଥ୍ୟ ଡାକ ଯ଼ୋଗେ ପ୍ରେରଣ କରିଥାନ୍ତି
ସରକାରୀ ପରିସଂଖ୍ୟାନ ଓ ପ୍ରକାଶନ (Official Statistics)
ପ୍ରଶାସନ ତଥା ଉନ୍ନତି ମୂଳକ କାର୍ଯ଼୍ୟକ୍ରମର ଭିନ୍ନ ଭିନ୍ନ ତଥ୍ୟ ତଥା ଶିକ୍ଷା, ବିଚାର ସ୍ୱସ୍ଥ୍ୟ, ରାସ୍ତାଘାଟ, ବିକ୍ରୟକର, କୃଷି, ଅବକାରୀକର, ମନୋରଞ୍ଜନକର, ମୋଟରଯ଼ାନ ଓ ପରିବହନ ଓ ଭୂମିରାଜସ୍ୱ, ଜଙ୍ଗଲ, ମତ୍ସ୍ୟ, ପାନିୟଜଳ, ବିଦ୍ୟୁତ କରଣ ଇତ୍ୟାଦି ଉପରେ ଏହି ଯ଼ୋଜନାରେ ତଥ୍ୟ ସଂଗ୍ରହ କରାଯ଼ାଇଥାଏ, ଏଗୁଡିକ ରାଜ୍ୟ ଅର୍ଥନୀତି ଓ ପରସଂଖ୍ୟାନ ନିର୍ଦ୍ଦେଶାଳୟ, ପ୍ରକାଶ କରୁଥିବା ବିଭିନ୍ନ ପରିସଂଖ୍ୟାନ ଓ ଗବେଷଣା ମୂଳକ ପୁସ୍ତକରେ ବିନିଯ଼ୋଗ କରାଯ଼ାଇଥାଏ ।
କୃଷି ଗଣନା (Agriculture calculation)
ରାଜ୍ୟ ସ୍ତରରେ କାର୍ଯ଼୍ୟ କରୁଥିବା ଅର୍ଥନୀତି ଓ ପରିସଂଖ୍ୟନ ନିର୍ଦ୍ଦେଶାଳୟ ମାଧ୍ୟମରେ ଭାରତ ସରକାରାଙ୍କର କୃଷି ମନ୍ତ୍ରଣାଳୟ ପ୍ରତି 5 ବର୍ଷରେ ଏହି ଗଣନା କରିଥାନ୍ତି । ଜିଲ୍ଲା ସ୍ତରରେ ଜିଲ୍ଲା ଯ଼ୋଜନା ଓ ପ୍ରଜ୍ୟବ୍ୟକ୍ଷଣ ସଂସ୍କାର ପରିସଂଖ୍ୟାନ ଉପ ବିଭାଗ ଏହି କାର୍ଯ଼୍ୟ ସଂମ୍ପାଦନ କରିଥାନ୍ତି । DPMU ର କ୍ଷେତ୍ରିୟ କର୍ମଚାରୀ ଓ ଅବସକୀୟ ସ୍ଥଳେ କୃଷି ବିଭାଗରେ କର୍ମଚାରୀମାନଙ୍କ ସହାୟତାରେ ଏହି କାର୍ଯ଼୍ୟ ସଂପାଦିତ ହୋଇଥାଏ । ଭିନ୍ନ ଭିନ୍ନ କୃଷକର ସ୍ତର ତଥା ସାମାଜିକ ବର୍ଗ ଅନୁଯ଼ାୟୀ ଜମି ସଂଖ୍ୟା ଓ ପରିମାଣ ନିର୍ଣ୍ଣୟ ସହିତ କୃଷି କ୍ଷେତ୍ରରେ ଉପଯ଼ୋଗ ହୋଇଥିବା ଉପାଦାନ ଗୁଡିକର ପରିବର୍ତ୍ତନ ସମନ୍ଧୀୟ ଆକଳନ କରିବା ଏହି ଯ଼ୋଜନାର ମୌଳିକ ଲକ୍ଷ ।
କମ୍ପୁଟର କେନ୍ଦ୍ର (Computer Centre)
ଜିଲ୍ଲା ଯ଼ୋଜନା ଓ ପର୍ଯ଼୍ୟବକ୍ଷଣ କାର୍ଯ଼୍ୟାଳଯର ଏକ ନିଜସ୍ୱ କେନ୍ଦ୍ର ଅଛି ଏଥିରେ ୭ଗୋଟି କମ୍ପୁଟର, ଜେରକ୍ସ ମେସିନ୍, ଫାକ୍ସ ମେସିନ ଏବଂ ଅନୁସଂଘିକ ଭିତିଭୂମି ରହିଅଛି ଏହି କେନ୍ଦ୍ରରେ ଇନ୍ଟରନେଟ୍ ଏବଂ ସ୍କନିଙ୍ଗ ସୁବିଧା ଉପଲବ୍ଧ । ଏହା ମୁଖ୍ୟତ ଜିଲ୍ଲା ଯ଼ୋଜନ ଓ ପର୍ଯ଼୍ୟବକ୍ଷଣ କାର୍ଯ଼୍ୟାଳୟର ଡାଟା ପ୍ରୋସେସିଙ୍ଗ ଓ ଡାଟା ସଂଗ୍ରକ୍ଷଣ କାର୍ଯ଼୍ୟ କରିଥାଏ । ଏହି କେନ୍ଦ୍ର ମାଧ୍ୟମରେ କ୍ଷେତ୍ରରୁ ସଂଗ୍ରହୃତ ତଥ୍ୟ ସବୁ ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟ ଓ ଅନ୍ୟାନ୍ୟ କାର୍ଯ଼୍ୟଳୟକୁ ଅନଲାଇରେ ପ୍ରେରଣ କରାଯ଼ାଇଥାଏ ।
ପାଠାଗାର
ଜିଲ୍ଲା ଯ଼ୋଜନା ଓ ପ୍ରଜ୍ୟବ୍ୟକ୍ଷଣ କାର୍ଯ୍ୟାଳୟର ଏକ କ୍ଷୁଦ୍ର ପାଠାଗାର ଅଛି । ଏହି ପାଠାଗାରରେ ପରିସଂଖ୍ୟାନ, ଅର୍ଥନୀତି, ଯ଼ୋଜନା, କମ୍ପୁଟର, ଗଣିତ, ଇତ୍ୟାଦି ବିଷୟ ଉପରେ ଆଧାରିତ ପୁସ୍ତକମାନ ଅଛି । ଅର୍ଥନୀତି ଓ ପରିସଙ୍ଖାନ ନିର୍ଦ୍ଦେଶାଳୟ ଦ୍ୱାରା ପ୍ରକାଶ ପାଉଥିବା ବିଭିନ୍ନ ପୁସ୍ତିକା ମଧ୍ୟ ଏହି ପାଠାଗାରରେ ଉପଲବ୍ଧ । DIMU ତଥା ଅନ୍ୟ ବିଭାଗର କର୍ମଚାରୀ, ଗବେଶକ ଓ ଯ଼ୋଜନା ପ୍ରଣୟନ କାରୀ ଏଠାରେ ଥିବା ସୁବିଧା ସୁଯ଼ୋଗକୁ ଉପଯ଼ୋଗ କରିଥାନ୍ତି ।
ଅର୍ଥନୈତିକ ଗଣନା– ଏହା ଏକ କେନ୍ଦ୍ର ସରକାରଙ୍କର ପ୍ରାୟୋଜିତ ଯ଼ୋଜନା ଷଷ୍ଠତମ ଅର୍ଥନୈତିକ ଗଣନା 2012-13 ମସିହାରେ ହୋଇଥିଲା ଏବଂ ଏହାର ରିପୋର୍ଟ ମଧ୍ୟ ପ୍ରକାଶିତ ହୋଇସାରିଛି । ଅସଙ୍ଗଠିତ ଓ ସଂଗଠିତ ଅର୍ଥନୈତିକ ସଂସ୍ଥାନ ମାନଙ୍କର ପୂର୍ଣ୍ଣ ଗଣନା ମାଧ୍ୟମରେ ଡାଟାବେସ୍ ପ୍ରସ୍ତୁତ କରିବା ଏହି ଯ଼ୋଜନାର ଲକ୍ଷ୍ୟ । ଏଥିରେ ନିଜସ୍ୱ ପରିଚାଳିତ ସଂସ୍ଥାନର ସଂଖ୍ୟା, କର୍ମନିୟୋଜନ କରୁଥିବା ସଂସ୍ଥାନର ସଂଖ୍ୟା, କୃଷିଭିତ୍ତିକ ସଂସ୍ଥାନର ସଂଖ୍ୟା ଅଣକୃଷିଭିତ୍ତିକ ସଂସ୍ଥାନର ସଂଖ୍ୟା, ଋତୁକାଳୀନ ଓ ସୁବୁଦିନିଆ ସଂସ୍ଥାନର ସଂଖ୍ୟା, ସଂସ୍ଥାନ ଗୁଡିକର ମାଲିକନା ସଂଖ୍ୟା କର୍ମ ନିୟୋଜନର ପୁରୁଷ ମହିଲା ୱାରୀ ବିଭକ୍ତି କରଣ ସଂଖ୍ୟା ଇତ୍ୟାଦି ସଂଗ୍ରହ କରାଯ଼ାଏ ।
କ୍ଷୁଦ୍ର ଜଳସେଚନ ଯ଼ୋଜନାର ବ୍ୟବସ୍ଥିକରଣ-ଏହା ମଧ୍ୟ ଭାରତ ସରକାରଙ୍କର ପ୍ରାୟୋଜିତ ଏକ ଯ଼ୋଜନା ଏହି ଯ଼ୋଜନାରେ ପାଞ୍ଚବର୍ଷରେ ଥରେ ସମସ୍ତ ରାଜସ୍ୱ ଗ୍ରାମରେ ଥିବା କ୍ଷୁଦ୍ର ଜଳସେଚନ ଉତ୍ସଗୁଡିକୁ କ୍ଷତ୍ରିୟ ତନଖି କରି ହିସାବକୁ ନିଆଯ଼ାଏ । ଏଥିରେ ବିଭିନ୍ନ ବିଭାଗ ସୃଷ୍ଟି କରିଥିବା କ୍ଷୁଦ୍ର ଜଳସେଚନ ଉତ୍ସ ଗୁଡିକର ତାଲିକା ପ୍ରଦାନ କରିଥାନ୍ତି । ଏଗୁଡିକୁ ମଧ୍ୟ କ୍ଷେତ୍ରିୟ ସର୍ବେକ୍ଷଣ ବେଳେ ଯ଼ାଞ୍ଚ କରାଯ଼ାଏ । ଯ଼ୋଜନା ଅଧିନରେ ପ୍ରତିଗ୍ରାମର ପ୍ଲଟୱାରୀ ସର୍ବେକ୍ଷଣ କରାଯ଼ାଇ ଗ୍ରାମରେ ଥିବା କ୍ଷୁଦ୍ର ଜଳସେଚନ ଉତ୍ସ ଗୁଡିକର ସଂଖ୍ୟା ନିରୁପଣ କରାଯ଼ାଇଥାଏ । 2006-07 ମସିହାରେ ୪ର୍ଥ ସର୍ଭେ କାର୍ଯ଼୍ୟ ସଂପୂର୍ଣ୍ଣ କରାଯ଼ାଇଅଛି । ପଞ୍ଚମ ଗଣନା କାର୍ଯ୍ୟ ୨୦୧୫ ମସିହାର ରିପୋର୍ଟ ଏପର୍ଯ଼୍ୟନ୍ତ ହସ୍ତଗତ ହୋଇନାହିଁ । ଚତୁର୍ଥ ଗଣନା ଅନୁଯ଼ାୟୀ Dug well ସଂଖ୍ୟା ୯୫୬ Shallow well -୬୧୩୦, Deep Tube Well-୩୦୦ Surface flow-୧୩ ଓ Surface lift ୧୮୫୬ ଟି ଆମ ଜିଲ୍ଲାରେ ଅଛି । ଅନ୍ୟାନ୍ୟ ସାମୟିକ ସର୍ଭେ ବିଭିନ୍ନ ସମୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି କିଛି ସର୍ବେକ୍ଷଣ କାର୍ଯ଼୍ୟ ମଧ୍ୟ କରାଯ଼ାଇଥାଏ ।
ଏଗୁଡିକ ସାଧାରଣତଃ ନମୁନା ସର୍ବେକ୍ଷଣ ମାଧ୍ୟମରେ ସ୍ୱଳ୍ପକାଳ ଅବଧି ମଧ୍ୟରେ କରାଯ଼ାଇଥାଏ । ସର୍ଭେର ନିଷ୍କର୍ସ ଅନୁଯ଼ାୟୀ ସରକାର ପଦକ୍ଷେପ ଗ୍ରହଣ କରିଥାନ୍ତି ବା ନୂତନ ଯ଼ୋଜନା ଗ୍ରହଣ କରିଥାନ୍ତି ଅଥବା ପୂରାତନ ଯ଼ୋଜନାର ସଂଶୋଧନ ଓ ନବୀକରଣ କରାଯ଼ାଇଥାଏ ।
ସହରାଞ୍ଚଳ ସ୍ୱାୟତ ସଂସ୍ଥା ପରିସଂଖ୍ୟାନ– ଏହି ଯ଼ୋଜନା ମାଧ୍ୟମରେ ପୌର କର୍ପୋରେସନ/ପୌରସଂସ୍ଥା, ବିଜ୍ଞାପିତ ଅଞ୍ଚଳ ପରିଷଦ ମାନଙ୍କରୁ ବିଭିନ୍ନ ତଥ୍ୟ ଯ଼ଥା- ପରିମଳ ଓ ଜଳଯ଼ୋଗାଣ, ଶ୍ୱାସ୍ଥ, ଚିକିତ୍ସା, ଶିକ୍ଷା କର ଆଦାୟ, ରାସ୍ତା, ଯ଼ାନବାହାନ, ଜନ୍ମମୃତ୍ୟୁ ପରିସଂଖ୍ୟାନ ଇତ୍ୟାଦି ସଂଗ୍ରହ କରାଯ଼ାଇଥାଏ । ଏହି ସଂଗୃହୀତ ତଥ୍ୟକୁ ଆବଶ୍ୟକୀୟ ତନଖି ପରେ ଅର୍ଥନୈତିକ ପରିସଂଖ୍ୟାନ ନିର୍ଦ୍ଦେଶାଳୟକୁ ପ୍ରେରଣ କରାଯ଼ାଇଥାଏ ନିର୍ଦ୍ଦେଶାଳୟ ଏସବୁ ତଥ୍ୟକୁ ନେଇ ରାଜ୍ୟସ୍ତରରେ ପୌରସଂସ୍ଥା ପରିସଂଖ୍ୟାନ ପୁସ୍ତକ (Municipality Statistical Year Book) ନାମରେ ଏକ ଉପାଦେୟ ପୁସ୍ତିକା ପ୍ରକାଶନ କରିଥାନ୍ତି ।
ଗୃହ ବ୍ୟବସ୍ଥା ସମ୍ୱନ୍ଧୀୟ ପରିସଂଖ୍ୟାନ – ଏହା ଭାରତ ସରକାରଙ୍କର ଜାତୀୟ କୋଠାବାଡି ଅନୁଷ୍ଠାନ (N.B.O) ଙ୍କ ପ୍ରାୟୋଜିତ ଏକ ଯ଼ୋଜନା ଅଟେ । ଏଥିରେ ସ୍ଥିରୀକୃତ କେନ୍ଦ୍ରମାନଙ୍କରୁ କୋଠାବାଡି ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ହେଉଥିବା ବିଭିନ୍ନ ଦ୍ରବ୍ୟ ଗୁଡିକର ମୂଲ୍ୟ ତଥା ଶ୍ରମିକ ମଜୁରୀ ଇତ୍ୟାଦି ସଂଗ୍ରହ କରାଯ଼ାଇଥାଏ । ଏହି ତଥ୍ୟ ଉପଯ଼ୁକ୍ତ ତନଖି ପରେ ନିର୍ଦ୍ଦେଶାଳୟ ମାଧ୍ୟମରେ ଜାତୀୟ କୋଠାବାଡି ସଂସ୍ଥାକୁ ପ୍ରେରଣ କରାଯ଼ାଇଥାଏ । ଏହି ତଥ୍ୟର ଉପଯ଼ୋଗ କରାଯ଼ାଇ ରାଜ୍ୟୱାରୀ ଏବଂ ଦେଶପାଇଁ ନିର୍ମାଣ ସାମଗ୍ରୀର ସୁଚାଙ୍କ ପ୍ରସ୍ତୁତ କରାଯ଼ାଇଥାଏ ।
ଜିଲ୍ଲା ପରିସଂଖ୍ୟାନ ପୁସ୍ତିକା
ଏହି ଉପାଦେୟ ପୁସ୍ତିକାଟି ଜିଲ୍ଲା ଯ଼ୋଜନା ଓ ପରିସଂଖ୍ୟାନ କାର୍ଯ୍ୟଳୟଦ୍ଵାପ୍ରତି ଦୁଇବର୍ଷରେ ଥରେ ପ୍ରସ୍ତୁତ କରଯାଇଥାଏ ଅର୍ଥନୀତି ଓ ପରିସଙ୍ଖ୍ୟାନ ନିର୍ଦ୍ଦେଶକଙ୍କ ଅନୁମୋଦନ କ୍ରମେ ଏହା ପ୍ରକାଶିତ ହୁଏ । ଏଥିରେ ଜିଲ୍ଲାର ପ୍ରାୟ ସମସ୍ତ ପ୍ରକାର ତଥ୍ୟ ସନ୍ନିବେଶିତ ହୋଇଥାଏ । ଦୁଇବର୍ଷର ତଥ୍ୟ ମଧ୍ୟରୁ ଶେଷ ବର୍ଷର ତଥ୍ୟ ବ୍ଲକ୍ ୱାରୀ ଓ ପୂର୍ବ ବର୍ଷରେ ତଥ୍ୟ ଜିଲ୍ଲାସ୍ତରରେ ପ୍ରଦାନ କରାଯ଼ାଇଥାଏ । ଏହା ଜିଲ୍ଲା ଯ଼ୋଜନା ଓ ପର୍ଯ଼୍ୟବେକ୍ଷଣ କାର୍ଯ଼୍ୟାଳୟରେ ବିକ୍ରୀ ପାଇଁ ଉପଲବ୍ଧ ହୋଇଥାଏ । ବର୍ତ୍ତମାନ ସୁଦ୍ଧା 2015 ଜିଲ୍ଲାପୁସ୍ତିକା ପ୍ରକାଶିତା ହୋଇଅଛି । 2017 ପୁସ୍ତିକାର ସମସ୍ତକାର୍ଯ଼୍ୟ ପ୍ରାୟ ଶେଷ ହୋଇଛି ।
ବାର୍ଷିକ ଶିଳ୍ପ ସର୍ବେକ୍ଷଣ – ଏଥିରେ ପ୍ରତିଜିଲ୍ଲାରେ ଭାରତ ସରକାରଙ୍କ ଦ୍ୱାରା ସ୍ଥିରିକୃତ କେତେଗୋଟି ଶିଳ୍ପ ସଂସ୍ଥାରୁ ନିର୍ଦ୍ଧାରିତ ଫର୍ମରେ ତଥ୍ୟ ସଂଗ୍ରହ କରାଯ଼ାଏ । ଏଥିରେ ଶିଳ୍ପ ସଂସ୍ଥାନର ଅଭିବୃଦ୍ଧି ଏବଂ ଶିଳ୍ପ ମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଉପରେ ପରିସଂଖ୍ୟାନ ସଂଗ୍ରହଣ କରାଯ଼ିବାର ବ୍ୟବସ୍ଥା ଥାଏ । 2016-17 ଆର୍ଥିକ ବର୍ଷ ପାଇଁ ଦୁଇଟି ଶିଳ୍ପ ସଂସ୍ଥାନର ତଥ୍ୟ ସଂଗ୍ରହ କରାଯ଼ାଇ ନିର୍ଦ୍ଦେଶାଳୟ କୁ ପ୍ରେରଣ କରାଯ଼ାଇଅଛି ।
ଶିଳ୍ପ ଉତ୍ପାଦନ ସୂଚ୍ୟାଙ୍କ-ଶିଳ୍ପ ଅଭିବୃଦ୍ଧିକୁ ସ୍ୱତନ୍ତ୍ର ଭାବେ ଅନୁଧ୍ୟାନ କରିବାପାଇଁ ଭାରତ ସରକାର ଏହି ଯ଼ୋଜନା ପ୍ରଣୟନ କରିଛନ୍ତି । ରାଜ୍ୟସ୍ତରରେ ପ୍ରତି ମାସ ପାଇଁ ସ୍ୱଳ୍ପ ଉତ୍ପାଦନ ସୂଚ୍ୟାଙ୍କ ଏହି ଯ଼ୋଜନାରେ ପ୍ରସ୍ତୁତ କରାଯ଼ାଇ ଅଛି । ଏଥିପାଇଁ ଜିଲ୍ଲାୱାରୀ ଶିଳ୍ପ ସଂସ୍ଥାମାନଙ୍କୁ ନମୁନା ପଦ୍ଧତିରେ ବଚ୍ଛାଯ଼ାଇଅଛି ଓ ସେମାନେ ନିର୍ଦ୍ଧାରିତ ଫର୍ମରେ ମାସ ସାରିବା ସଙ୍ଗେ ସଙ୍ଗେ ପରବର୍ତ୍ତି ମାସର ପ୍ରଥମ ସପ୍ତାହ ମଧ୍ୟରେ ତାଙ୍କ ଶିଳ୍ପ ସମ୍ବନ୍ଧୀୟ ସମସ୍ତ ତଥ୍ୟ ସରକାରଙ୍କୁ ପ୍ରଦାନ କରିଥାନ୍ତି । ସମସ୍ତ ଜିଲ୍ଲାରୁ ସଂଗୃହୀତ ତଥ୍ୟକୁ ନେଇ ରାଜ୍ୟସ୍ତରରେ ସୂଚ୍ୟାଙ୍କ ପ୍ରସ୍ତୁତି କରାଯ଼ାଇଥାଏ ।
ଦପ୍ତରର ସର୍ବୋଚ୍ଚ କର୍ତ୍ତୁପକ୍ଷ:
ନାମ-ସବିତା ସାହୁ,ପଦବୀ- ଉପ-ନିର୍ଦ୍ଦେଶକ, ଯ଼ୋଜନା ଓ ପରିସଂଖ୍ୟାନ ଜିଲ୍ଲା ଯ଼ୋଜନା ଓ ପର୍ଯ଼୍ୟବେକ୍ଷଣ କାର୍ଯ଼୍ୟାଳୟ, ଜଗତସିଂହପୁର ଦୂରଭାଷ-୦୬୭୨୪-୨୨୦୪୬୮
ଅଭିଯ଼ୋଗ-(Grievances) ପ୍ରତି ସୋମବାର (ଛୁଟିଦିନ ବ୍ୟତିରେକ) ଉପନିର୍ଦ୍ଦେଶକ, ଯ଼ୋଜନା ଓ ପରିସଂଖ୍ୟାନ ଶୁଣାଣି କରିଥାନ୍ତି । ଜନସାଧାରଣ ତଥା କର୍ମଚାରୀ ମାନଙ୍କର ଅଭିଯ଼ୋଗର ଶୁଣାଣି ପୂର୍ବାହ୍ନ ୧୦ଟା୩୦ରୁ ୧ଟା ୩୦ ପର୍ଯ଼୍ୟନ୍ତ ହୋଇଥାଏ ।
ସୂଚନା ଅଧିକାରୀ
ନାମ- ଶ୍ରୀ ଅଲେଖ ଚନ୍ଦ୍ର ସାମଲ,ପଦବୀ- ପରିସଂଖ୍ୟାନ ଅଧିକାରୀ,ଜିଲ୍ଲା ଯ଼ୋଜନା ଓ ପର୍ଯ଼୍ୟବେକ୍ଷଣ କାର୍ଯ୍ୟଳୟ ଜଗତିସିଂହପୁର,ଦୂରଭାଷ- ୦୬୭୨୪-୨୨୦୪୬୮,ଠିକଣା (ଯ଼ୋଜନା ଓ ପରିସଂଖ୍ୟାନ କାର୍ଯ଼୍ୟାଳୟ),ଜିଲ୍ଲା ଯ଼ୋଜନା ଓ ପର୍ଯ଼୍ୟବେକ୍ଷଣ କାର୍ଯ଼୍ୟାଳୟ (ପରିସଂଖ୍ୟାନ ବିଭାଗ),ଗ୍ରାମ:ତଳମହଲା, ପୂରୋହିତପୁର, ପୋଷ୍ଟ/ଜିଲ୍ଲା-ଜଗତସିଂହପୁର,ଦୂରଭାଷ-୦୬୭୨୪-୨୨୦୪୬୮