ବନ୍ଦ କରନ୍ତୁ

କୃଷି ଜଗତସିଂହପୁର ଜିଲ୍ଲାର

ଓଡିଶାରେ ପୂର୍ବ ତଟରେ ଅବସ୍ଥିତ ଜଗତସିଂହପୁର ଜିଲ୍ଲାର ଉତ୍ତର-ପୂର୍ବ ଦିଗରେ କେନ୍ଦ୍ରାପଡ଼ା, ଦକ୍ଷିଣରେ ପୁରୀ ଜିଲ୍ଲା ତଥା ବଙ୍ଗୋପସାଗର, ପଶ୍ଚିମରେ କଟକ ଜିଲ୍ଲା ଓ ପୂର୍ବରେ ବଙ୍ଗୋପସାଗର ଦ୍ଵାରା ପରିବେଷ୍ଟିତ । ଏହି ଜିଲ୍ଲା 20o ରୁ 21o ଉତ୍ତର ଦ୍ରାଘିମା ଓ 84o ରୁ 87o 3’ ପୂର୍ବ ଅକ୍ଷାଂଶ ମଧ୍ୟରେ ଅବସ୍ଥିତ ।
ଏହି ଜିଲ୍ଲାର ଉତ୍ତରରେ ମହାନଦୀ ଓ ପାଇକା ଏବଂ ଦକ୍ଷିଣ-ପଶ୍ଚିମରେ ଦେବୀ ନଦୀ ପ୍ରଣାଳୀ ଦ୍ଵାରା ପରିବେଷ୍ଟିତ ।
ଏହାର ଭୌଗଳିକ ଅବସ୍ଥିତି ଯୋଗୁଁ ଏହି ଜିଲ୍ଲାର ସଂଘଟିତ ତଥା ସହଜାତ ବିବିଧ ପ୍ରାକୃତିକ ବିପର୍ଯୟ ଯଥା ବନ୍ୟା, ବାତ୍ୟା,କିମ୍ବା ଉଭୟ ଏପରିକି ମରୁଡ଼ି ପ୍ରବଣ ଅଟେ ।
ଅନିୟମିତ ବୃଷ୍ଟିପାତ ଯୋଗୁଁ କେଉଁ କେଉଁ ବର୍ଷ ମରୁଡ଼ି ଅବସ୍ଥା ମଧ୍ୟ ଅନୁଭୂତ ହୋଇଥାଏ ।

ଏହା ଓଡିଶାର ଜନବହୁଳ ଜିଲ୍ଲା ମାନଙ୍କ ମଧ୍ୟରେ ଅନ୍ୟତମ ଏବଂ ଜିଲ୍ଲାର ମୁଖ୍ୟ ଅର୍ଥନୀତି ର ଉତ୍ସ କୃଷି ଅଟେ ।
ଏହି ଜିଲ୍ଲାର କୃଷିର କିଛି ସମସ୍ୟା ଯଥା ଲବଣାକ୍ତ ମୃତ୍ତିକା, ଚିର ଜଳପ୍ଳାବିତ ଅଞ୍ଚଳ ଉତ୍ପାଦନ ଓ ଉତ୍ପାଦିକା ଶକ୍ତି ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ ।

କୃଷି ଭିତ୍ତିକ ଜଳବାଯୁ ଅବସ୍ଥାନୁଯାୟୀ ସମଗ୍ର ଜଗତସିଂହପୁର ଜିଲ୍ଲା, ପୂର୍ବ ଓ ଦକ୍ଷିଣ-ପୂର୍ବ ଉପକୂଳବର୍ତ୍ତୀ ସମତଳ ଅଞ୍ଚଳ ତଥା ଉଷ୍ମ ଓ ଆର୍ଦ୍ର ଜଳବାୟୁର ବାର୍ଷିକ ହାରାହାରି ବୃଷ୍ଟିପାତ ୧୫୨୧.୧୬ ମି.ମି। ଅଟେ । ବୃଷ୍ଟିପାତର ଶତକଡ଼ା ୭୫% ଭାଗରୁ ଅଧିକ ସାନ୍ଧ୍ରତା ବର୍ଷର ପାଞ୍ଚ ମାସ ଯଥା ଜୁନ୍ ରୁ ଅଗଷ୍ଟ ମଧ୍ୟରେ ମିଳିଥାଏ ।
ଜିଲ୍ଲାର ମୃତ୍ତିକା ମୁଖ୍ୟତ ମଟାଳ, ଦୋରସା ତଥା କର୍ଦମାକ୍ତ-ଦୋରସା ଅଟେ ।

କୃଷିଭିତ୍ତିକ ଜଳବାୟୁ ଅଞ୍ଚଳ:-

  • ପୂର୍ବ ଓ ଦକ୍ଷିଣ-ପୂର୍ବ ଉପକୂଳବର୍ତ୍ତୀ ସମତଳ ଅଞ୍ଚଳ
  • ଉଦ୍ଦେଶ୍ୟ :-

  • ଭୂମିର ଶ୍ରେଣୀ ବିଭାଗ, ପାଗ ତଥା ଉପଲବ୍ଧ ଜଳ ସମ୍ପଦ ଭିତ୍ତିକ ସଘନ କୃଷି କାର୍ଯ୍ୟକ୍ରମ।
  • ଜିଲ୍ଲାର ସମସ୍ତ ଗ୍ରାମପଞ୍ଚାୟତରେ ସମନ୍ଵିତ ଖାଦ୍ୟସାର ପରିଚାଳନା, ଧାଡ଼ି ବୁଣା, ଓ ରୁଆ ତଥା ସବୁଜ ସାର ସମ୍ପର୍କିତ ନୂତନ ଜ୍ଞାନକୌଶଳ ପ୍ରୟୋଗ,
    ପୂର୍ବାଞ୍ଚଳ ରାଜ୍ୟମାନଙ୍କରେ ଦ୍ଵିତୀୟ ସବୁଜ ବିପ୍ଲବ (BGREI), ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ତଥା ରାଜ୍ୟ ଯୋଜନା ( State plan) ମାଧ୍ୟମରେ ଉତ୍ପାଦନ ବୃଦ୍ଧି ।
  • କୃଷିଭିତ୍ତିକ ଉତ୍ପାଦନ ଯଥା ବିହନ, ସାର, କୀଟନାଶକ ସମୟ ପୂର୍ବରୁ ନିଶ୍ଚିତ ଭାବରେ ଗଚ୍ଛିତ କରିବା ତଥା ସୁଷମ ବଣ୍ଟନ ଏବଂ କୃଷିଋଣ, ଘରୋଇ ବ୍ୟବସାୟୀ, ପ୍ରାଥମିକ ସେବା ସମବାୟ ସମିତି (PACS),
    ଓଡିଶା କୃଷି ଶିଳ୍ପ ନିଗମ ମାଧ୍ୟମରେ କୃଷିଭିତ୍ତିକ ଉତ୍ପାଦନ ଯଥା ବିହନ, ସାର, କୀଟନାଶକ ଓ କୃଷିଋଣ ଏବଂ ପ୍ରମୁଖ ବିକ୍ରେତା (Wholesaler) ତଥା ଖୁଚୁରା ବିକ୍ରେତା (Retailer) ଏବଂ ବ୍ୟାଙ୍କ ମାଧ୍ୟମରେ ଋଣ ପ୍ରଦାନର ସୁବିଧା।
  • ଉଭୟ ମୁଖ୍ୟ ତଥା ଅଣୁସାର ର GPRS ଭିତ୍ତିକ ମୃତ୍ତିକା ପରୀକ୍ଷା, କୃଷକ ମାନଙ୍କ ନିମନ୍ତେ ମୃତ୍ତିକା ସ୍ୱାସ୍ଥ୍ୟ ପରୀକ୍ଷା କାର୍ଡ ଓ ଜିଲ୍ଲାର ମୃତ୍ତିକା ମାନଚିତ୍ର ପ୍ରସ୍ତୁତୁ ଉପରେ ଗୁରୁତ୍ଵ ପ୍ରଦାନ ।
  • କୃଷକ ମାନଙ୍କୁ ସିଧାସଳଖ ଲାଭ ହସ୍ତାନ୍ତର କରଣ (DBT) ମାଧ୍ୟମରେ ବିହନ, ସାର କୃଷି ଯନ୍ତ୍ରପାତି, ଜଳନିଧିର କାର୍ଯ୍ୟକାରିତା ଉପରେ ଗୁରୁତ୍ଵ ପ୍ରଦାନ ।
  • ଜିଲ୍ଲାର ଧାନ ଉତ୍ପାଦନ ବୃଦ୍ଧି ନିମନ୍ତେ ବିଗତ 10 ବର୍ଷ ମଧ୍ୟରେ ଉଦ୍ଭାବିତ ନୂତନ ଅଧିକଅମଳକ୍ଷମ ଧାନ ଯଥା ବର୍ଷାଧାନ, ମୃଣାଳିନୀ, ସ୍ଵର୍ଣ୍ଣ ସବ୍ – ୧, ଲୁଣିଶ୍ରୀ, ପ୍ରତୀକ୍ଷା, ରାଣୀ ଧାନ ଇତ୍ୟାଦି ସାର୍ବଜନୀନତା ନିମନ୍ତେ ଗୁରୁତ୍ଵ ପ୍ରଦାନ ।
  • ଧାନର ଅଭାବି ବିକ୍ରି ବନ୍ଦ ଉପଲକ୍ଷେ ସଂପ୍ରସାରଣ ସଂସ୍କାର ମାଧ୍ୟମରେ ସୁଗନ୍ଧଯୁକ୍ତ ଧାନଚାଷରୁ ଅମଳ ବୃଦ୍ଧି ନିମନ୍ତେ ତଥା ସହଜ୍ ବିପଣୀ ଓ ଅଧିକ ଲାଭ ପାଇଁ କୃଷକ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ।
  • ଅଧିକା ସଂଖ୍ୟା କୃଷକ ମାନଙ୍କର ପଞ୍ଜୀକରଣ ତଥା କୃଶକ ଚିହ୍ନଟ କାର୍ଡ ପ୍ରଚାଳନ ଉପରେ ଗୁରୁତ୍ଵ ପ୍ରଦାନ ।
  • କୃଷକ ମାନଙ୍କ ମାଧ୍ୟମର ମୃତ୍ତିକା ପରୀକ୍ଷା ଦ୍ଵାରା ମୃତ୍ତିକା ସ୍ଵାସ୍ଥ୍ୟାବସ୍ଥା ଜନିତ ସମନ୍ଵିତ ଖାଦ୍ୟସାର ପରିଚାଳନା ନିମନ୍ତେ ସଚେତନତା ସୃଷ୍ଟି ।
  • ଜିଲ୍ଲାରେ ବିହନ ପ୍ରତିବଦଳ ହାର ର ବୃଦ୍ଧି ତଥା ଧାନର ଅଭାବି ବିକ୍ରୀ ବନ୍ଦ ନିମନ୍ତେ ବିହନ ଗ୍ରାମ ଯୋଜନା ମାଧ୍ୟମରେ ଅଧିକ ବିହନ ଉତ୍ପାଦନ ନିମନ୍ତେ ଅଞ୍ଚଳ ବୃଦ୍ଧି ।
  • ଭାରତ ପୂର୍ବାଞ୍ଚଳ ରାଜ୍ୟମାନଙ୍କରେ ସବୁଜ ବିପ୍ଲବ (BGREI) ଆନୟନ ମାଧ୍ୟମରେ ଅଣୂସାର ତୃଣକନାଶକ ତଥା ଆବଶ୍ୟକ ଭିତ୍ତିକ କୀଟନାଶକର ବ୍ୟବହାର ବୃଦ୍ଧି ।
  • କୃଷି ଯାନ୍ତ୍ରିକୀକରଣ ତଥା ଟ୍ରାକ୍ଟର୍, ପାୱାରଟିଲର୍, ଧାନରୁଆ ତଥା ଧାନକଟା ସ୍ଵଚାଳିତଯନ୍ତ୍ର (Self propelled Implement) ଅକସିଆଲ୍ ଫ୍ଲୋ ଥ୍ରେସର୍, କମ୍ବାଇନ୍ ହର୍ଭେଷ୍ଟର୍ ତଥା ଡିଜେଲ୍ ପମ୍ପ୍ ସେଟ୍ ଇତ୍ୟାଦି ଉପରେ ସବ୍ ସିଡ଼ ନିମନ୍ତେ ଗୁରୁତ୍ଵ ପ୍ରଦାନ ।
  • ଜଳନିଧି ଅନ୍ତର୍ଭୁକ୍ତ ଘରୋଇ ଉଠାଜଳସେଚନ ପ୍ରକଳ୍ପ, ଅଗଭୀର ନଳକୂପ ଏବଂ ଜଳନିଧି-୧ ଅନ୍ତର୍ଭୁକ୍ତ କ୍ଲଷ୍ଟର ଭିତ୍ତିକ ଅଗଭୀର ନଳକୂପ ଜନିତ ଜଳ ସମ୍ପଦର ସୃଷ୍ଟି ତଥା ବୃଦ୍ଧି ଉପରେ ଗୁରୁତ୍ଵ ପ୍ରଦାନ ।
  • ମୃତ୍ତିକାର ଉତ୍ତମ କର୍ଷଣ ଓ ଗଭୀର ଚାଷନିମନ୍ତେ ରୋଟାଭେଟର୍ ତଥା ଚକ୍ର ଲଙ୍ଗଳ (Disc Plough) ର ଜନପ୍ରିୟତା ସୃଷ୍ଟି ।
  • ରୋଗ ଓ ପୋକର ତତକ୍ଷଣାତ୍ ନିୟନ୍ତ୍ରଣ ନିମନ୍ତେ ଇ-ରୋଗପୋକ ସର୍ବେକ୍ଷଣ ର ଉପରେ ଗୁରୁତ୍ଵ ପ୍ରଦାନ ।
  • ମୋବାଇଲ୍ ଆପ୍ ମାଧ୍ୟମରେ କ୍ଷେତ୍ର ସଂପ୍ରସାରଣ କର୍ମଚାରୀଙ୍କ ମାଧ୍ୟମରେ ସଚେତନତା ସୃଷ୍ଟି ଓ ଦକ୍ଷତା ବୃଦ୍ଧି ତଥା ନୂତନ ପ୍ରଯୁକ୍ତି ବିଦ୍ୟା ର ସ୍ଥାନାନ୍ତରୀ କରଣ ଉପରେ ଗୁରୁତ୍ଵ ପ୍ରଦାନ ।
  • ଫସ୍ ଫରସ୍ ଦ୍ରବଣ ବୀଜାଣୁ, ଜିଆ ଖତ, ଜୈବସାର ଇତ୍ୟାଦିର ବ୍ୟବହାର ଦ୍ଵାରା ଜୈବକୃଷି ନିମନ୍ତେ ଏବଂ ଜିଆଖତ ସରକାରୀ ସବସିଡ ହାରରେ ଜିଆ ପ୍ରଜନନ (Vermi Hatchery) ଓ ଜିଆଖତ (Vermi Compost) ଏକକ ପ୍ରତିଷ୍ଠା ନିମନ୍ତେ ବିଶେଷ ଗୁରୁତ୍ଵ ପ୍ରଦାନ ।
  • ଉତ୍ପାଦନ ବୃଦ୍ଧିନିମନ୍ତେ ପାଣିପଞ୍ଚାୟତ, କୃଷକକ୍ଲବ୍ ଓ ଅଣସରକାରୀ ସଂଗଠନ (NGO) ମାନଙ୍କ ମାଧ୍ୟମରେ ଧାଡ଼ିବୁଣା ତଥା ଧାଡ଼ିବରୁଆ ଉପରେ ଗୁରୁତ୍ଵ ପ୍ରଦାନ ।
  • ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନା ମାଧ୍ୟମରେ ଅଧିକସଂଖ୍ୟକ ଅଣରୂଣୀଚାଷୀ ମାନଙ୍କୁ ଅନ୍ତର୍ଭୁକ୍ତ କରିବା ନିମନ୍ତେ ଉପରେ ଗୁରୁତ୍ଵ ପ୍ରଦାନ ।
  • ସ୍ୱଳ୍ପ ସୁଧ ହାରରେ କୃଷକ ମାନଙ୍କୁ କୃଷିରୂଣ ପ୍ରଦାନ ନିମନ୍ତେ ଗୁରୁତ୍ଵାରୋପ, ଏପରିକି ୪୪.୭୮୨ ଲକ୍ଷ ଟଙ୍କା କୃଷିରୂଣ ପ୍ରଦାନ ନିମନ୍ତେ କାର୍ଯ୍ୟକ୍ରମ ଗ୍ରହଣ ।
  • ବିହନ ବିଶୋଧନ କାର୍ଯ୍ୟକ୍ରମ ସଂଯୋଜନା, କୃଷକ ପରିଭ୍ରମଣ, କୃଷକକ୍ଷେତ୍ର ବିଦ୍ୟାଳୟ, କୃଷି ତାଲିମ ଦ୍ଵାରା ଗ୍ରାମ୍ୟ ସ୍ତରରେ କୃଷକ ମାନଙ୍କ ମଧ୍ୟରେ ସଚେତନତାର ସୃଷ୍ଟି ।
  • ଇ-ନାମ୍ (e-Naam), ନାଫେଡ୍, ମାର୍କଫେଡ୍, କୃଷକ ସଂଗଠନ ତଥା ମଣ୍ଡୀ କର୍ତ୍ତୃକ ଧାନ, ଡାଲି ତଥା ତୈଳବୀଜ ଜାତୀୟ ଶସ୍ୟର ଇ-ବିପଣୀ (e-Marketing) ଦୃଢିକରଣ ।
  • କୃଷି ପ୍ରଯୁକ୍ତି ବିଦ୍ୟା ପରିଚାଳନା ସଂସ୍ଥା (ATMA) ମାଧ୍ୟମରେ କୃଷି ସଂପ୍ରସାରଣ କ୍ଷେତ୍ରରେ ସଂସ୍କାର ଆନୟନ ପୂର୍ବକ କୃଷି ତଥା କୃଷିସଂଶ୍ଳିଷ୍ଟ କ୍ଷେତ୍ରରେ କୃଷକ ମାନଙ୍କର ସଶକ୍ତି କରଣ ।