ଇତିହାସ

ସଂସ୍କୃତି , ଏୈତିହ୍ୟ, ରାଜନୀତି, ସାହିତ୍ୟ, କଳା, ସ୍ଥାପତ୍ୟ, ବାସ୍ତୁବିଦ୍ୟା, କ୍ଷେତ୍ରରେ ଓଡିଶାର ସୂର୍ଣ୍ଣମ ଇତିହାସ ରହିଛି । ଏସବୁ ଦିଗରେ ଜଗତସିଂହପୁର ଜିଲ୍ଲା ମଧ୍ୟ ନିଜର ଉକୃର୍ଷତା ଓ ନିପୁଣତା ପ୍ରତିପାଦନ କରିଛି । ବରପୁତ୍ରଙ୍କ ଅବଦାନ ଯୋଗୁ ସଂସ୍କୃତି ଓ କଳା କ୍ଷେତ୍ରରେ ଜଗତସିଂହପୁର ଜିଲ୍ଲାରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ।ଇଷ୍ଟଇଣ୍ଡିଆ କମ୍ପାନୀର ଆଗମନ ସମୟରେ ଜଗତସିଂହପୁର ବାସ୍ତୁବିଦ୍ୟା କ୍ଷେତ୍ରରେ ଓଡିଶାର ସ୍ବର୍ଣ୍ଣିମ ଇତିହାସ ରହିଛି । ଏସବୁ ଦିଗରେ ଜଗତସିଂହପୁର ଜିଲ୍ଲା ମଧ୍ୟ ନିଜର ଉକୃର୍ଷତା ଓ ନିପୁଣତା ପ୍ରତାପାଦନ କରିଛି । ବରପୁରତ୍ରଙ୍କ ଅବଦାନ ଯୋଗୁ ସଂସ୍କୁତି ଓ କଳା କ୍ଷେତ୍ରରେ ଜଗତସିଂହପୁର ଜିଲ୍ଲା ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ।ଇଷ୍ଟଇଣ୍ଡିଆ କମ୍ପାନୀର ଆଗମନ ସମୟରେ ଜଗତସିଂହପୁର ଜିଲ୍ଲା ହରିହରପୁର ଭବେ ପରିଚିତ ଥିଲା । ରାଜ୍ୟର ବୃହତ୍ତମ ନଦୀ ମହାନଦୀ ଏବଂ ବଙ୍ଗୋପସାଗର ନିକଟରେ ଅବସ୍ଥିତ ଯୋଗି ଜଗତସିଂହପୁର ଜିଲ୍ଲାର ଗୁରୁତ୍ବ ବିଷେଶ ଭାବେ ରହିଛି। ଅନେକ ଘଟଣା  ଏଠାରେ ଘଟିଯାଇଛି । ଯାହା ମାନବ ଜାତି ଲାଗି ସ୍ମରଣୀୟ ହୋଇ ରହିଛି ।ଜଗତସିଂହପୁର ପୂର୍ବ ଗୋଲାର୍ଦ୍ଧର ସମୁଦ୍ର ଉପକୂଳରେ ବିଦ୍ୟମାନ । ଏହା ପୂର୍ବ ଦ୍ରାଘିମାର ୮୬.୩ ରୁ  ୮୬.୪୫ ମଧ୍ୟରେ ଏବଂ ଉତ୍ତର ଆକ୍ଷାଂଖର ୧୯.୫୮ ରୁ ୨୦ ମଧ୍ୟରେ ଅବସ୍ଥିତ । ଜଗତସିଂହପୁର ଉତ୍ତରରେ କେନ୍ଦ୍ରାପଡା ଜିଲ୍ଲା ଦକ୍ଷିଣରେ ପୁରୀ ଜିଲ୍ଲା , ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ କଟକ ଜିଲ୍ଲା ରହିଛି । ଜିଲ୍ଲାରେ ୮ ଟି ବ୍ଲକ, ୮ ଟି ତହସିଲ ଓ ଗୋଟିଏ ସବଡିଭିଜନ , ୧୭୫୯ ବର୍ଗ କିମିକୁ ବ୍ୟାପିଛି । ଏହି ନୂତନ ଜିଲ୍ଲାଟି ୧୯୯୩ ମସିହା ଏପ୍ରିଲ ୧ ରେ ଗଠିତ ହୋଇଥିଲା । ଜିଲ୍ଲାଟି ଆୟତନ ଦୃଷ୍ଟିରୁ କ୍ଷୁତ୍ର ହେଲେ ହେଁ ଜନବହୁଳ ଅଞ୍ଚଳ ଭାବେ ପରିଚିତ ।

ଜଗତସିଂହପୁରର ଇତିହାସ ହିନ୍ଦୁ, ମୁସଲମାନ, ମରହଟ୍ଟା ଓ ବ୍ରିଟିଶ ଶାସକଙ୍କ ରାଜୁତିର ସମାହାର । ୧୬୦୦ ମସିହାରେ ହରିହରପୁରଠାରେ ଇଷ୍ଟ ଇଣ୍ଡିଆ କମ୍ପାନୀ ବାଣିଜ୍ୟ କେନ୍ଦ୍ର ପ୍ରତିଷ୍ଠା କରିଥିଲେ ଏବଂ କ୍ୟାପଟେନ ବ୍ରୁଟନ ୧୬୩୩ ମସିହା ପର୍ଯ୍ୟନ୍ତ ନିଜ ଶାସନ ଅଧୀନକୁ ଆଣିଥଲେଏବଂ ୧୭୪୮ ମସିହାରେ ଜଗତସିଂହଙ୍କୁ ରାଜସ୍ବ ସଂଗ୍ରହ ଲାଗି ନିଯୁକ୍ତି ହେଇଥିଲେ । ସେ ପେଶକଖଓ ନଜରାନା ସଂଗ୍ରହ କରୁଥିଲେ ଏବଂ ଦୀର୍ଘବର୍ଷ ହରିହରପୁରର ନିର୍ବିବାଦୀୟ ଓ ନିରବଚ୍ଛିନ୍ନ ପ୍ରଶାସକ ଭାବେ କାର୍ଯ୍ୟ କରିଥିଲେ । ୧୭୮୬ ରେ ଜଗତସିଂହଙ୍କୁ ନାମ ଅନୁସାରେ ହରିହରପୁରକୁ ଜଗତସିଂହପୁର ଭାବେ ନାମିଲ କରାଯାଇଥିଲା ।

କୃଷି
କୃଷି

ଜିଲ୍ଲାର ମୋଟ ଜନସଂଖ୍ୟାର ୭୦ ପ୍ରତିଶତ ଲୋକ ଚାଷ ଓ କୃଷି ସମ୍ବଦ୍ଧୀୟ ଉତ୍ପାଦ ଉପରେ ନିର୍ଭର କରିଥାନ୍ତି । ଏହି ଜିଲ୍ଲାର  କୁଶଳୀ ଓ ବୃତ୍ତିଗତ ଶ୍ରେଣୀ ରାଜ୍ୟ ଓ ରାଜ୍ୟ ବାହାରେ ପ୍ରମୁଖ ସ୍ଥାନ ଅଧିକାର କରୁଥିଲେ ।  ଫଳରେ ଓଡିଶାର ଆର୍ଥିକ କ୍ଷେତ୍ରରେ  ଯେତେବେଳେ ଶିଳ୍ପ ପ୍ରମୁଖ ସ୍ଥାନ ପାଇନଥିଲା ସେତେବେଳେ ଏହି ଜିଲ୍ଲାର କୁଶଳୀ ଓ ବୃତ୍ତିଗତ କ୍ଷେତ୍ରରେ  ବୃତ୍ତିଗତ ଶ୍ରେଶୀଂକ ପ୍ରାଧନ୍ୟ ଯୋଗୁଁ ଏଠାରେ ଅର୍ଥନୀତି ଶକ୍ତିଶାଳୀ ଥିବାସହ ବିକାଶ ସମ୍ଭବ ହେଉଥିଲା ।  ଫଳତଃ ଅର୍ଥନୀତିକ ଦୃଷ୍ଟିରୁ ଜଗତସିଂହପୁର ସହ ଓଡିଶା ମଧ୍ୟ ଆତ୍ମନିର୍ଭରଶୀଳ  ହୋଇପାରିଥିଲା ।

ଜଗତସିଂହପୁର ବହୁ ଉଚ୍ଚାଙ୍ଗ ସଂସ୍କୃତିର ଗନ୍ତାଘର। ଜଗତସିଂହପୁର ମାଚିର ସାଂସ୍କୃତିକ ଜୟଶୀଳ ତଥା ଦୃଷ୍ଟେ ହ୍ରାସଭରା ଉତ୍ସବ ମୁଖରିତା ଅନନ୍ୟ ଓ ସମୟର କଷଟି ପଥରରେ ଏଗାର ସାସଂସ୍କୃତିକ ଉକ୍ତର୍ଶିତ ଘଷିମାଜି ହୋଇ ବେଦିତ୍ୟମାନ ହୋଇଚାଲିଛି । ବିଭିନ୍ନ ଉତ୍ସବରେ ପିଠାପଣା ସମ୍ଭାର ସାଙ୍ଗକୁ ଭୋଜିଭାତର ଆସର, ମାନିକ କର୍ଣ୍ଣରଧାରା, ଯାତ୍ରା ପାଲା. ଦାସ କାଠିଆ, ଘୋଡାନାଚ, ଗଣ୍ଠପାଟୁଆ ଆଦି ଲୋକକଳାର ମାଧୁର୍ଯ୍ୟ ଓ ଗୌରବ ବୈଷ୍ଣବ ପନ୍ଥୀଙ୍କ ବର୍ଷ ବର୍ଷ ଧରି ଜନମାନସରେ ଜୀବନ୍ତ  ସୃଷ୍ଟି ହୋଇ ରହିଆସିଛି । ଏହି ଦୃଷ୍ଟିରୁ ଜଗତସିଂହପୁର ଜିଲ୍ଲା ରାଜ୍ୟର ସାଂସ୍କୃତିକ ନବଜାଗରଣର ଅନ୍ୟତନ ପ୍ରମୁଖ୍ୟ ଉତ୍ସ ଭାବେ ସର୍ବତ୍ର ସ୍ବୀକୃତି ପାରିଛି ।କୃଷି ଓ ଶିଳ୍ପ ଭିତ୍ତିକ ଅର୍ଥନୀତି କ୍ଷେତ୍ରରେ ଜଗତସିଂହପୁର ପ୍ରମୁଖ ଅଞ୍ଚଳର ମାନ୍ୟତା ପାଇଛି ।  ସାମୁଦ୍ରିକ ବ୍ୟବସାୟ ଓ ମତ୍ସ୍ୟ କାରବାରରେ ମଧ୍ୟ ଜଗତସିଂହପୁର ଜିଲା ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ।

ଗୋଟିଏ ଅଞ୍ଛଳର ମହିମା ସେତେବେଳେ ପ୍ରକଟିତ ହୁଏ   ଯେତେବେଳେ ତାର ଏୈତିହ ଅମଳିନ ଭାବେ ଉଦ୍ଭାସିତ ହୋଇ ମାନବ ଜାତିକୁ ଆକର୍ଷିତ ତଥା ପ୍ରଭାବିତ କରେ । ଜଗତସିଂହପୁର ର ଏୈତିହ୍ୟ ଆଦି ମଧ୍ୟଜଜୁଲ୍ୟମାନ ରହି ଓଡିଶାର ଜନତାଦଳକୁ ଆକର୍ଷିତ କରିପାରୁଛି । ଜଗତସିଂହପୁରର ପ୍ରସିଦ୍ଧ ଶାରଳା ମନ୍ଦିର ପବିତ୍ରତା, ଭକ୍ତି ଓ ବୌଦ୍ଧିକ ମୂଲ୍ୟୂୋଧର ପ୍ରତୀକ । ପୁଣି ପାରାଦ୍ବୀପ ବନ୍ଦର ଓ ନେହୁର ବଙ୍ଗଳା, ଗାରୋଇ ଆଶ୍ରମ, ଗୋରେଖନାଥ ପୀଠ, ଅଷ୍ଟଶମ୍ଭୁ ମନ୍ଦିର, ଆଳକା ଆଶ୍ରମ ଗତନାଥ, ବାରଙ୍ଗମଠ , ଯଶୋବନ୍ତ ଗାଦି , ଶିଶୁ ଅନନ୍ତ ଆଶ୍ରମ, ତୋଳିତୋଳ ନ୍ଦର, ସୋମନାଥ ମନ୍ଦିର , ହାଜିପୁରସ୍ଥ ଜଗନ୍ନାଥ ମନ୍ଦିର, ଅଳକା ନଦୀ, ମାଛଗାଁ, ତାଳଦଣ୍ଡା କେନାଲ, ଏସ .କେ ଏକାଡେମୀ ଏସ. ଭି. ଏମ୍ କଲେଜ ଆଦି ଜଗତସିଂହପୁର ଏୈତିହର ମୂକସାକ୍ଷୀ ଜଗତସିଂହପୁର ରେ ବିଭିନ୍ନ ସଂସ୍କୃତିର ସମଦ୍ଧିୟ ଏଭଳି ଭାବେ ରହିଛି । ଯାହା ଓଡିଶାର ଅନ୍ୟ କୌଣସି ଅଂଚଳରେ କୃଚିତ୍ ଦେଖିବାକୁ ମିଳିଥାଏ ।

ଶାରଳା ମନ୍ଦିର
ଶାରଳା ମନ୍ଦିର

ବଙ୍ଗୋପସାଗରର ନୀଳ ଫେନିଳ ଢେଉ ଜଗତସିଂହପୁର ଜିଲ୍ଲାର ଉପକୂଳରେ ଧୌତ କରୁଥିବାରୁ ମନୋରମା  କରୁଥିବାରୁ ମନୋରମ ଦୃଶ୍ୟ ଅନ୍ତର୍ଜାତୀୟ ବଣିକଙ୍କୁ  ଉପକୃଶରେ ଧୌତ କରୁଥିବାରୁ  ମନୋରମ ଦୃଶ୍ୟ ଅନ୍ତଜାର୍ତୀୟ ବଣିକଙ୍କୁ ଆକର୍ଷିତ କରିଥାଏ  ଏବଂ ସେମାନେ ଜାହାଜ  ଛୁଟାଇ ପାରାଦ୍ବୀପ ବନ୍ଦରକୁ ଛୁଟି ଆସିଥାନ୍ତି । ଅତି ରମଣୀୟ ପାରାଦ୍ବୀପ ବନ୍ଦରକୁ ନିବିଘ୍ନ  ଜାହାଜ ଚଳାତଳ କରିବାର ସୁଯୋଗ ରହିଥିବାରୁ ବାଣିଜ୍ୟ ବ୍ୟବସାୟ ର କେନ୍ଦ୍ରସ୍ଥଳ ଭାବେ ଏହାା ଉଭାହୋଇଛି ।  ଫଳରେ ଜଗତସିଂହପୁରରେ ବହୁ ସଂଖ୍ୟାରେ ବୃହତ୍ ମଧ୍ୟମ ଓ କ୍ଷିଦ୍ର ଶିଳ୍ପ  ଗଢି ଉଠିଛି । ବିଶେଷ କରି ପାରାଦ୍ବୀପ ହିଁ ଶିଳ୍ପଗଡରେ ପରିଣତ ହୋଇଛି । ପିପିଏଲ, ଇଫକୋ, ଆଇଓସିଏଲ, ଇସାର ଭଳି ବିଟାର ଶିଳ୍ପ ପାରାଦ୍ବୀପକୁ ନୂଆ ପରିଚୟ ଦେଇଛି ।

ସୂତା ଶାଢୀ ପାଇଁ ବଡବାଗ ଓ ନବାପାଟଣା ରାଜ୍ୟରେ ନିଜର ସ୍ବତନ୍ତ୍ର ପରିଚୟ ପୃଷ୍ଟି କରିଛି ସମ୍ବଲପୁରୀ ଶାଢୀ ଭଳି ଏଠାକାର ସୂତା ଶାଢୀ ହାତରେ ବୁଣା ଯାଇଥାଏ । ଏଠାରେ ବେତ ଓ ନଡିଆ କତାରେ ପ୍ରସ୍ତୁତ ଉପକରଣର ଚାହିଦା ମଧ୍. ରହିଛି । ଜଗତସିଂପୁରରେ ପ୍ରସ୍ତୁତ ଛେନା, ଘିଅ ଓ ରାବିଡିକୁ  ରାଜ୍ୟର ବିଭିନ୍ନ ସ୍ଥାନକୁ ଚାଲଣ କରାଯାଏ । କାରଣ ଏଠାକାର ଛେନା, ରାବିଡି, ଘିଅର ସ୍ବତନ୍ତ୍ର ସ୍ବାଦ ରହିଛି । ଏକଦା ଜଗତସିଂହପୁର ଅଞ୍ଚଳ ରାଜିୟର ଭାତହାଣ୍ଡି ଓ ଚିନି ଭଣ୍ଡାର ଭାବେ ପରିଚିତ ଥିଲା ।

ପାରାଦ୍ବୀପ ପୋର୍ଟ
ପାରାଦ୍ବୀପ ପୋର୍ଟ

ଜଗତସିଂହପୁରର ପୂଜା ଉତ୍ସବ ଆମର ଉଚ୍ଚାଙ୍ଗ ସଂସ୍କୃତି ସମୃଦ୍ଧି ଏୈତିହ୍ୟ ସୃଦୃଢ ପରମ୍ପରାପ ବାର୍ତ୍ତାବହ । କଳିଙ୍ଗ ବାଲିଯାତ୍ରା ପାରାଦ୍ବୀପର ବୋଇତ ବନ୍ଦଣା ଉତ୍ସବ ଚେଳିତୋଳ ଉତ୍ସବ ଆଗର ଅତୀତର ଗୌରବମୟ ବାଣିଜ୍ୟଙ୍କ ସଫଳତାର ସ୍ମାରକ । କଳିଙ୍ଗର ସାହାସୀ ସାଧବପୁଅମାନେ ସମୁଦ୍ର ପଥରେ ବୋଇତ ମେଲି ନେଇ ସୁଦୂର ବୀଲୁ ସୁମାତ୍ରା, ଶ୍ରୀଲଙ୍କା  ାଦି ଦେଶ କୁ ବ୍ୟବସାୟ କରିବାକୁ ଯାଉଥିଲେ  ଏବଂ କଳିଙ୍ଗର ସଂସ୍କୃତିକୁ ବିଦେଶରେ ପ୍ରସାରିତ କରୁଥିଲେ । ଦଶହରା, ଗଣେଶପୂଜା ,ମକରମେଳା, ଜିଲା ମହୋତ୍ସବ ପୁସ୍ତକମେଳା, ଆଦି ଜଗତସିଂହପୁରରେ ସଂସ୍କୃତିକୁ ଆହୁରି ସୃଦୁଢ ଓ ବ୍ୟାପକ କରିଛି ।

ଜଗତସିଂହପୁରର ମାନ ଏଭଳି ଯୋଜନାକୁ ଜନ୍ମ  ଦେଇଛି । ଯେଉଁମାନେ ବିଭିନ୍ନ କ୍ଷେତ୍ରରେ ନିଜର ଉକୃଷ୍ଟତା ଓ ଶ୍ରେଷ୍ଠତା ପ୍ରତିପାଦନ କରେ ଜନ୍ମଭୂମିର ଟେକ ରଖିଛିନ୍ତି । ବିଜ୍ଞାନ କ୍ଷେତ୍ରରେ ପାରଦର୍ଶିତା ଓ ଦକ୍ଷତା ପ୍ରମାଣିତ କରିଥିବା ପ୍ରଖ୍ୟାତ ବୈଜ୍ଞାନିକ  ଡକ୍ଟର ପ୍ରାଣକୃଷ୍ଣ ପରିଜା, ନିପୁଣ ରାଜିନୀତିକ ଦାର୍ଶନିକ ତଥା ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଶିକ୍ଷାବିତ୍ ଡକ୍ଚର  ଶ୍ରୀରାମଚନ୍ଦ୍ର ଦାଶ, ଡକ୍ଟର ମନୋରଂଜନ ମହାନ୍ତି, ପ୍ରଖ୍ୟାତ ସାହିତ୍ୟକ ଡକ୍ଟର ପ୍ରତିଭା ରାୟ ଡକ୍ଟର ବିଭୂତି ପଟ୍ଟନାୟକ ବି ସି ରାଉତ ଅବନି ବରାଳ, ପ୍ରଫେସର ଚିତ୍ତ ରଂଜନ ଦାସ, ହୃଦାନନ୍ଦ ରାୟ, ପ୍ରସିଦ୍ଧ ନାଟ୍ୟକାରଗୋପାଳ ଛୋଟରାୟ, ଓ ତାଙ୍କ ସୁଯୋଗ୍ୟ ପୁତ୍ର ଦେବାଦାସ ଛୋଟରାୟ ପ୍ରମୁଖ ଜଗତସିହପୁର ମାଟିର ଅମୂଲ୍ୟ ରତ୍ନ । ସଂସ୍କୃତି କ୍ଷେତ୍ରରେ ବୈଷ୍ଣବ ମହାନ୍ତି, ବାଳକୃଷ୍ଣ ମହାନ୍ତି, କିଶୋର ମହାପାତ୍ର, ଉତ୍ତମ ପାଲ, ଭାଗିରଥି ଦାସ, ଲୋକପ୍ରିୟ ପାଲାଗାୟକ ଜଗନ୍ନାଥ ବେହେରା ପ୍ରମୁଖ୍ୟ ଜଗତସିଂହପୁର ର ଗୌରବକୁ ବୃଦ୍ଧି କରାଇଛନ୍ତି । ପାର୍ବତୀ ଗଣନାଟ୍ୟ ବେଣୀରାମପିର ଅପେରା ଗୌରୀ ଗଣନାଟ୍ୟ ତୁଳସୀ  ଗଣନାଟ୍ୟ ରାଢଙ୍ଗ ଅପେରା ଦୁର୍ଗା ଶ୍ରୀ ଗଣନାଟ୍ୟ, ତାରପୁର ଅପେରା ତ୍ରିନାଥ ଗଣନାଟ୍ୟ ଆଦି ଅପେରା ଯାତ୍ରା ସଂସ୍କୃତିକୁ ସମୃଦ୍ଧି କରିଛନ୍ତି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛି ସାକ୍ଷରତା ହାର କ୍ଷେତ୍ରରେ ଜଗତସିଂହପୁର ରାଜ୍ୟରେ ଦ୍ବିତୀୟ ସ୍ଥାନରେ ରହିଛି ।

ଜଗତସିଂହପୁର ଜିଲ୍ଲାର ପବିତ୍ର ଆଶ୍ରମ ଏତିହାସିକ ଅଳକା ନଦୀର ତଟଦେଶରେ ପ୍ରକୃତିର ଅନୁପମ ପରିବେଷ ମଧ୍ୟରେ ଅବସ୍ଥିତ । ସାବତମତୀ ଆଶ୍ରମ ଓ ବରେଇ ଆଶ୍ରମ ପରେ ଅଳକା ଆଶ୍ରମ ଭାରତର ମୁକ୍ତି ସଂଗ୍ରାମର ଅନ୍ୟତମ ପ୍ରମୁଖ କ୍ଷେତ୍ର ଥିଲା । ଜଗତସିଂହପୁର ହିଁ ରାଜ୍ୟର ପ୍ରଥମ ମହିଳା ସ୍ବାଧୀନତା ସଂଗ୍ରାମୀ ଭାବେ ସରଳା ଦେବୀଙ୍କୁ ଧାରଣ କରିଥିଲା । ସେହିପରି ଗୋପବନ୍ଧୁ ଦାସ ନବକୃଷ୍ଣ ଚୌଧୁରୀ, ମାଳତୀ ଦେବୀ ବୀରକିଶୋର ଦାସ, ଅନ୍ନପୂର୍ଣ୍ଣା ମହାରଣା ପ୍ରାଣକୃଷ୍ଣ ପଢିହାରୀ, ଗୌରାଙ୍ଗ ଦାସ, ନିତ୍ୟାନନ୍ଦ କାନୁନଗୋ, ଭାଗିରଥି ମହାପାତ୍ର, ବିଶ୍ବମ୍ବର ପରିଡା ପ୍ରିୟନାଥ ଦେ, ନିଶାମଣି ଖୁଣ୍ଟିଆ. ବୈକୁଣ୍ଠ ନାଥ ମହାନ୍ତିଙ୍କର ଭାରତ ମୁକ୍ତି ସଂଗ୍ରାମରେ ବିଶେଶ ଅବଦାନ ରହିଛି । ଏଭଳି ବରପୁତ୍ରଙ୍କ ପାଇଁ ଜଗତସିଂହପୁର ପ୍ରଶଂସାର ହକଦାର ହୋଇପାରିଛି ।

ଖ୍ୟାତିନାମା ବାରିଷ୍ଟର ରଣଜିତ ମହାନ୍ତି ପ୍ରଖ୍ୟାତ ଓକିଲ ଗଙ୍ଗାଧର ରଥ ସୋମନାଥ ମହାପାତ୍ର ବ୍ରହ୍ମାନନ୍ଦ ପଣ୍ଡା ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଅରଜିତ ପଶାୟତ ଭଳି ମହାନ ବ୍ୟକ୍ତିଙ୍କ ଲାଗି ଜଗତସିଂହପୁର ଜିଲ୍ଲାର ସମ୍ନାମ ବୃଦ୍ଧି ପାଇଛି ।  ରାଜ୍ୟର ପ୍ରଥମ କ୍ରିକେଟ ଖେଳାଳି ଭାବେ ଭାରତୀୟ ଦଳରେ ସ୍ଥାନ ପାଇଥିବା ଦେବାଶିଷ ମହାନ୍ତି ମଧ୍ୟ ଜଗତସିଂହପୁର ମାଚିର ସୁଯୋଗ୍ୟ ପୁତ୍ର ଲୋକପ୍ରିୟ ଅଭିନେତା ଦୁଃଖିରାମ ସ୍ବାଇଁ, ଆର୍ତ୍ତବନ୍ଧୁ ରାଉତରାୟ, ଅକ୍ଷୟ ମହାନ୍ତି ମଧ୍ୟ ଜଗତସିଂହପୁର ବାସିନ୍ଦା ।

ଜଗତସିଂହପୁରର ଏହି ସଂକ୍ଷିପ୍ତି ପରିଚୟରୁ ଜିଲାର ମହନୀୟତା ଓ ଉକୃଷ୍ଟତା ସୃଷ୍ଟି ଭାବେ ଜଣାପଡିଥାଏ । କେବଳ ରାଜ୍ୟରେ ନୁହେଁ ଜାତୀୟ ସ୍ତରରେ ଜଗତସିଂହପୁର ଜିଲ୍ଲା ନିଜର ସ୍ବତନ୍ତ୍ରପରିଚୟ ପାଇଛି । ପୂର୍ବ ଭାରତରେ ଓଡିଶା ଉଜ୍ବଳ ମଣି ଭାବେ   ଉଭା ହୋଇଥିବାବେଳେ ଜଗତସିଂହପୁର ହିଁ ଯଥାର୍ଥରେ ଉକ୍ତ ଅମୂଲ୍ୟ ମଣିର ଜ୍ୟୋତି ସଦୃଶ୍ୟ ।